aslam'
ମୁମ୍ବାଇ: ଭେଟେରାନ ଫିଲ୍ମ ଷ୍ଟାର ଦିଲ୍ଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କର ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଷ୍ଟାର୍ ଦିଲ୍ଲୀପ କୁମାର ଏନେଇ ଏକ ଟ୍ୱିଟ୍କୁ ରିଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଥିଲା।
ସେ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଲୀଳବତୀ ହସ୍ଟିପିଟାଲ୍ରେ ଚିକିତ୍ସିତ ହେଉଥିଲେ। ତାଙ୍କ ସହିତ ତାଙ୍କ ବଡ଼ ଭାଇ ଇସାନ ଖାନ ମଧ୍ୟ ହସ୍ପିଟାଲ୍ରେ ଆକ୍ରାନ୍ତ ହୋଇଥିଲେ। ଅସଲମଙ୍କ ବୟସ ୮୦ ହୋଇଥିବା ବେଳେ ଇସାନଙ୍କୁ ୯୦ ବର୍ଷ।
ତେବେ ଦିଲ୍ଲୀପ କୁମାର ଓ ତାଙ୍କ ପତ୍ନୀ ସାଇରା ବାନୁ ଅନ୍ୟ ଏକ ଫ୍ଲାଟ୍ରେ ରହୁଥିବାରୁ ସେମାନେ ସୁରକ୍ଷିତ ଅଛନ୍ତି।
ଏହା ପୂର୍ବରୁ ଅନେକ ବଡ଼ ବଡ଼ ବଲିଉଡ୍ ଷ୍ଚାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବଚ୍ଚନ ପରିବାରରେ ନିଜେ ଅମିତାଭଙ୍କ ସହିତ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା ବି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ସତୀଶ ଶାହଙ୍କୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ଅନୁପମ ଖେର୍ଙ୍କ ପରିବାରେ ମଧ୍ୟ ତାଙ୍କ ଭାଇ ଓ ମା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ପ୍ରକାଶ ପାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/aslam_1625408012.jpg)