Advertisment

ଅନଲକ୍-୪ ରେ କ'ଣ ଖୋଲିବ, କ'ଣ ବନ୍ଦ ରହିବ? : What will Open & What will Remain Shut

ନୂଆଦିଲ୍ଲୀ: ଅନଲକ୍-୪(Unlock 4.0) ପାଇଁ ଖୁବଶୀଘ୍ର ଜାରି ହେବାକୁ ଯାଉଛି ଗାଇଡଲାଇନ୍(Guideline)। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଅନଲକ୍-୪ରେ କିଛି ନିୟମରେ କଟକଣା କୋହଳ କରିପାରନ୍ତି। Unlock 4.0 ସେପ୍ଟେମ୍ବରରୁ ଆରମ୍ଭ ହେବ, ଯେଉଁଥିରେ ସ୍କୁଲ୍ ଓ କଲେଜ୍ ପୁଣିଥରେ ବନ୍ଦ ରହିପାରେ। କିନ୍ତୁ କିଛି ସହରରେ ମେଟ୍ରୋ ସେବା ଆରମ୍ଭ ହୋଇପାରେ। କରୋନାଭାଇରସ୍ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଦେଶରେ ଲକଡାଉନ୍ ଜାରି କରିଥିଲେ, ଯାହା ପରଠାରୁ ମେଟ୍ରୋ ସେବାକୁ ବନ୍ଦ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଅନଲକ୍-୪ ରେ କ'ଣ ଖୋଲିବ, କ'ଣ ବନ୍ଦ ରହିବ? : What will Open & What will Remain Shut

unlock 4.0

ନୂଆଦିଲ୍ଲୀ: ଅନଲକ୍-୪(Unlock 4.0) ପାଇଁ ଖୁବଶୀଘ୍ର ଜାରି ହେବାକୁ ଯାଉଛି ଗାଇଡଲାଇନ୍(Guideline)। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଅନଲକ୍-୪ରେ କିଛି ନିୟମରେ କଟକଣା କୋହଳ କରିପାରନ୍ତି। Unlock 4.0 ସେପ୍ଟେମ୍ବରରୁ ଆରମ୍ଭ ହେବ, ଯେଉଁଥିରେ ସ୍କୁଲ୍ ଓ କଲେଜ୍ ପୁଣିଥରେ ବନ୍ଦ ରହିପାରେ। କିନ୍ତୁ କିଛି ସହରରେ ମେଟ୍ରୋ ସେବା ଆରମ୍ଭ ହୋଇପାରେ। କରୋନାଭାଇରସ୍ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଦେଶରେ ଲକଡାଉନ୍ ଜାରି କରିଥିଲେ, ଯାହା ପରଠାରୁ ମେଟ୍ରୋ ସେବାକୁ ବନ୍ଦ କରାଯାଇଥିଲା। ମେଟ୍ରୋ ଦ୍ୱାରା ପ୍ରତିଦିନ ଲକ୍ଷାଧିକ ଲୋକ ଯାତାୟତ କରନ୍ତି, କିନ୍ତୁ ଲକଡାଉନ୍ ପରେ ସବୁକିଛି ଠପ୍ ପଡ଼ିଯାଇଥିଲା।

Advertisment

Unlock 4.0 ରେ କ'ଣ ଖୋଲିବ, କ'ଣ ବନ୍ଦ ରହିବ?

Unlock 4.0ରେ ବନ୍ଦ ରହିଥିବା ବାର୍ ଗୁଡ଼ିକୁ ଖୋଲିବା ପାଇଁ ମଞ୍ଜୁରୀ ମିଳିପାରେ। ମାର୍ଚ୍ଚ ମାସରୁ ଦେଶର ସମସ୍ତ ବାର୍ ଗୁଡ଼ିକ ବନ୍ଦ ରହିଛି। ଏଭଳି ସ୍ଥିତି ସରକାର ସରକାର ଏହାକୁ ଖୋଲିବାକୁ ଅନୁମତି ଦେଇପାରନ୍ତି। କିନ୍ତୁ ବାରରେ ମଦ୍ୟପାନ କରିବାର ସୁଯୋଗ ମିଳିବ ନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ବାର୍ ମାଲିକମାନେ କାଉଣ୍ଟରରେ ଷ୍ଟକ୍ ରଖିଥିବା ମଦଗୁଡ଼ିକୁ ବିକ୍ରି କରିପାରିବେ। ଏହାଛଡ଼ା ଆଉ କୌଣସି ନିୟମରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ।

ଅଗଷ୍ଟ ୫ ତାରିଖରୁ ଆରମ୍ଭ ହୋଇଥିବା ଅନଲକର ତୃତୀୟ ପର୍ଯ୍ୟାୟରେ ଜିମ୍ ଓ ଯୋଗ ସଂସ୍ଥା ଖୋଲିବାକୁ ମଞ୍ଜୁରୀ ମିଳିଥିଲା। ଏହାବ୍ୟତୀତ କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଛଡ଼ା ସରକାର ମାର୍ଚ୍ଚ ମାସରୁ ବନ୍ଦ ପଡ଼ିଥିବା ସିନେମା ହଲ୍ ଖୋଲିବାକୁ ମଧ୍ୟ ଅନୁମତି ଦେଇନଥିଲେ। ଏଥର ମଧ୍ୟ ସରକାର ସିନେମା ହଲ୍‌ ଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇ ନପାରନ୍ତି। ସେହିପରି ଅନ୍ତର୍ଜାତୀୟ ବିମାନ ଏବଂ ନିୟମିତ ରେଳ ସେବା ଆରମ୍ଭ ହେବାର ସମ୍ଭାବନା ମଧ୍ୟ କମ୍ ରହିଛି।

Advertisment

ସୂଚନାଯୋଗ୍ୟ, ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଲକଡାଉନରେ ସିନେମା ହଲ୍‌, ସୁଇମିଂ ପୁଲ୍‌, ମନୋରଞ୍ଜନ ପାର୍କ, ଥିଏଟର୍, ବାର୍ ଉପରେ ସରକାର ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଏହାବ୍ୟତୀତ ସାମାଜିକ, ରାଜନୀତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଆୟୋଜନ ଏବଂ ବଡ଼ ସମାରୋହ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। କିନ୍ତୁ ଅନଲକ୍-୨ରେ କିଛି ନିୟମ ସହ ଶପିଙ୍ଗ୍ ମଲ୍ ଓ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଥିଲା।

ଅହୁରୀ ପଢ଼ନ୍ତୁ:Corona Vaccine Update

Unlock 4.0
Advertisment
Advertisment