/odishatv-khabar/media/post_attachments/uploadimage/library/16_9/16_9_0/corona-vaccine-1_1622463035.jpg)
corona vaccine
ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଟିକା ପାଇଁ ହାହାକାର ପଡ଼ିଛି । ସମସ୍ତେ ଟିକା ନେବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷାରେ ଅଛନ୍ତି । ହେଲେ ଟିକା ଅଭାବ ରହିଛି । ଅନେକ ରାଜ୍ୟରେ ଟିକା ଅଭାବକୁ ଦୃଷ୍ଟିରେ ରଖି ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟୀକାକରଣ କେନ୍ଦ୍ର ଏବେ ବନ୍ଦ କରିଦିଆଯାଇଛି । ତେବେ ଏହାରି ଭିତରେ ଖବର ଆସିଛି ଯେ, କେନ୍ଦ୍ର ସରକାର ଏବେ ଦିନକୁ ଏକ କୋଟି ଲୋକଙ୍କୁ ଟିକାକରଣ କରିବାର ଯୋଜନା କରୁଛନ୍ତି । ସୂଚନାନୁସାରେ, ଜୁଲାଇ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରୁ ଏହା ସମ୍ଭବ। ହେବ । ଏବେ ସରକାର ଏହି ଯୋଜନକୁ ସଫଳ କରିବା ପାଇଁ ପ୍ରତ୍ୟେକ ଦିନ ୩୦ ରୁ ୩୨ କୋଟି ଟିକା ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ।
କୁହାଯାଉଛି ଯେ ଆସନ୍ତା ମାସରେ ସରକାରଙ୍କୁ କୋଭିସିଲ୍ଡ ଏବଂ କୋଭାକ୍ସିନର ୨୫ କୋଟି ଡୋଜ ମିଳିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ସରକାର ସ୍ପୁଟନିକ୍ ଭି ଏବଂ ଅନ୍ୟ ଟିକା ଉପରେ ମଧ୍ୟ ନଜର ରଖିଛନ୍ତି । ଆଶା କରାଯାଉଛି ଯେ ସରକାର ଆହୁରି କିଛି ବିଦେଶୀ ଟିକାକୁ ସବୁଜ ସଙ୍କେତ ଦେଇପାରନ୍ତି । ଯୋଜନା ରହିଛି ଯେ, ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ପ୍ରତିଦିନ ୧୦୦ ରୁ ୧୫୦ ଲୋକଙ୍କୁ ଟିକା ଦିଆଯିବ ।
ଏବେ ୬ଟି କୋଭିଡ-୧୯ ଟିକା ଆଖିଆଗରେ ରହିଛି । ସେଗୁଡ଼ିକ ହେଲା ସେରମ୍ ଇନଷ୍ଟିଚ୍ୟୁଟର କୋଭୋଭ୍ୟାକ୍ସ, ବାୟୋଲୋଜିକାଲ ଇ’ର କାର୍ବେଭାକ୍ସ, ଜାୟଡସ୍ କ୍ୟାଡିଲାର ଜିକୋଭ୍-ଡି, ​​ଜେନୋଭାର mRNA ଭ୍ୟାକ୍ସିନ, ଜନସନ ଆଣ୍ଡ ଜନସନ ଭ୍ୟାକ୍ସିନର ବାୟୋ-ଇ’ର ସଂସସ୍କରଣ ଓ ଭରତ ବାୟୋଟେକର ଇଣ୍ଟ୍ରାନାସାଲ କୋଭିଡ-୧୯ ଟିକା । ଚଳିତ ବର୍ଷ ଦେଶକୁ mRNA ଟିକା ଆଣିବା ପାଇଁ ସରକାର ଫାଇଜର ସହ ଆଲୋଚନା କରୁଛନ୍ତି ।
ସେପଟେ ଦୁଇଟି ଭିନ୍ନ ଟିକାକୁ ମିଶାଇ କରୋନାକୁ ସମୂଳେ ନାଶ କରିବା ପାଇଁ, ଭାରତୀୟ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ଭାରତରେ ଖୁବଶୀଘ୍ର ଏହାର ପରୀକ୍ଷଣ କରାଯିବ ବୋଲି ସୂଚନା ରହିଛି । ଏହି ପରୀକ୍ଷଣରେ ସେହି ସବୁ ଟିକା ସାମିଲ ହେବ ଯାହାର ବ୍ୟବହାର ଏବେ ଭାରତରେ କରାଯାଉଛି । ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଦୁଇଟି ଭିନ୍ନ କମ୍ପାନୀର ଟିକା ଲୋକଙ୍କୁ ଦିଆଯାଇପାରିବ ।
ଆଗାମୀ ଦିନରେ, କୋଭିସିଲ୍ଡ ଟିକାକୁ ସିଙ୍ଗିଲ ସଟ୍ ଭାବେ ବ୍ୟବାହାର ପାଇଁ ଚର୍ଚ୍ଚା ଚାଲିଛି । ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ଏହି ସିଙ୍ଗିଲ ସଟ୍, କରୋନା ଭୂତାଣୁକୁ ମାତ ଦେବାରେ ସକ୍ଷମ ହେବ ନା ନାହିଁ । ଜନସନ ଆଣ୍ଡ ଜନସନ, ସ୍ପୁଟନିକ୍ ଲାଇଟ୍ ଏବଂ କୋଭିସିଲ୍ଡ ଟିକା ସମାନ ପ୍ରକ୍ରିୟାରୁ ପ୍ରସ୍ତୁତ । ଜନସନ ଆଣ୍ଡ ଜନସନ ଏବଂ ସ୍ପୁଟନିକ୍ ଲାଇଟ୍ ହେଉଛି ଏକକ ଡୋଜ ଟିକା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)