/odishatv-khabar/media/post_attachments/uploadimage/library/16_9/16_9_0/bjpp_1626696504.jpg)
bjpp
ନୂଆଦିଲ୍ଲୀ: ବଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଦିଲ୍ଲୀର ସାକେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କିଛି ଦିନ ତଳେ ଉଭୟ ମା’ ପୁଅ ଅସୁସ୍ଥ ହୋଇଥିଲେ। ସମାନଙ୍କ ନମୂନା ପରୀକ୍ଷା ପାଇଁ ଯାଇଥିଲା। ତାଙ୍କର ପଜିଟିଭ ଆସିବା ପରେ ତାଙ୍କ ମା’ଙ୍କ ମଧ୍ୟ ନମୂନା ପରୀକ୍ଷା କରାଯାଇଥିଲା ଓ ତାଙ୍କର ପଜେଟିଭ ଆସିଥିଲା। ୪ ଦିନ ହେଲାଣି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ଗତ କାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ତାଙ୍କର ଜ୍ୱର ଓ ଗଳା ଯନ୍ତ୍ରଣା ହୋଇଥିବାରୁ ତାଙ୍କୁ ଡାକ୍ତର ରେଷ୍ଟ ନେବାକୁ ପରାମର୍ଶ ଦେଇଥିଲେ। ଆଜି ସକାଳେ ତାଙ୍କର କରୋନା ପରୀକ୍ଷା ପାଇଁ ନମୂନା ମଧ୍ୟ ନିଆଯାଇଛି।
ସେହିପରି ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ସୂଚନାଥାଉ କି, କିଛି ମାସ ପୂର୍ବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପରେ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)