Advertisment

ଶାହ ସୁସ୍ଥ ବୋଲି କହି ଟ୍ୱିଟ୍ କଲେ ମନୋଜ ତିୱାରୀ, ପରେ ଡିଲିଟ୍ କରିଦେଲେ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ନେଇ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍‌ କରି ଜଣାଇବା ପରେ ଶାହ ସୁସ୍ଥ ହୋଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଗୃହମନ୍ତ୍ରାଳୟ ଏହାକୁ ଖଣ୍ଡନ କରିବା ପରେ ମନୋଜ ତାଙ୍କ ଟ୍ୱିଟ୍‌କୁ ଡିଲିଟ୍ କରିଦେଇଛନ୍ତି। ଶାହ ଏବେ ବି କରୋନା ପଜିଟିବ୍‌ ଥିବା ଗୃହମନ୍ତ୍ରାଳୟ କହିଛି। ଖବର ସରବରାହ ସଂସ୍ଥା ଏନ୍‌ଆଇ ଅନୁସାରେ, ଗୃହମନ୍ତ୍ରାଳୟ କହିଛି, ଏପର୍ଯ୍ୟନ୍ତ ଶାହଙ୍କର ଦ୍ୱିତୀୟ ଥର […]

ଅଦ୍ୟତନ ହୋଇଛି
ଶାହ ସୁସ୍ଥ ବୋଲି କହି ଟ୍ୱିଟ୍ କଲେ ମନୋଜ ତିୱାରୀ, ପରେ ଡିଲିଟ୍ କରିଦେଲେ

amit-sha

Advertisment

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ନେଇ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍‌ କରି ଜଣାଇବା ପରେ ଶାହ ସୁସ୍ଥ ହୋଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଗୃହମନ୍ତ୍ରାଳୟ ଏହାକୁ ଖଣ୍ଡନ କରିବା ପରେ ମନୋଜ ତାଙ୍କ ଟ୍ୱିଟ୍‌କୁ ଡିଲିଟ୍ କରିଦେଇଛନ୍ତି। ଶାହ ଏବେ ବି କରୋନା ପଜିଟିବ୍‌ ଥିବା ଗୃହମନ୍ତ୍ରାଳୟ କହିଛି।

Advertisment

ଖବର ସରବରାହ ସଂସ୍ଥା ଏନ୍‌ଆଇ ଅନୁସାରେ, ଗୃହମନ୍ତ୍ରାଳୟ କହିଛି, ଏପର୍ଯ୍ୟନ୍ତ ଶାହଙ୍କର ଦ୍ୱିତୀୟ ଥର ଟେଷ୍ଟ କରାଯାଇ ନାହିଁ। ତେଣୁ ତାଙ୍କର ରିପୋର୍ଟ ଏପର୍ଯ୍ୟନ୍ତ ପଜିଟିଭ୍‌ ରହିଛି। ତାଙ୍କର କରୋନା ଟେଷ୍ଟ କଲା ପରେ ସେ ପଜିଟିଭ୍‌ କି ନେଗେଟିଭ୍‌ ଜଣାପଡ଼ିବ।publive-image

ତେବେ ଶାହ କରୋନା ପଜିଟିଭ୍ ହୋଇଥିବା ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଥିଲେ। ଟ୍ୱିଟ୍‌ରେ ସେ ଲେଖିଥିଲେ " କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ମୁଁ କରୋନା ଟେଷ୍ଟ କରିଥିଲି। ରିପୋର୍ଟ ପଜିଟିଭ୍ ଆସିଛି। ମୋ ସ୍ୱାସ୍ଥ୍ୟା ଠିକ୍‌ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହେଉଛି। ମୋର ଅନୁରୋଧ, ଆପଣମାନଙ୍କ ମଧ୍ୟରୁ ଯିଏ ବି ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଟ୍ କରିବା ସହିତ ଟେଷ୍ଟ କରାଇ ନିଅନ୍ତୁ।"

Advertisment

୫୫ ବର୍ଷୀୟ ଶାହ ଜାତୀୟ ଶିକ୍ଷା ନୀତି(NEP) ପାସ୍ ପାଇଁ ବସିଥିବା କ୍ୟାବିନେଟ୍ ମିଟିଂରେ ଯୋଗ ଦେଇଥିଲେ। ଏହି ବୈଠକରେ ସବୁ ବଡ଼ ବଡ଼ ନେତା ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ। ତେବେ ବୈଠକରେ ସମସ୍ତ ପ୍ରକାର କୋଭିଡ୍‌ ନିୟମର ପାଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ