Advertisment

କରୋନାରେ ଆଖି ବୁଜିଲେ ବିଏମ୍‌ସିର ବରିଷ୍ଠ ଅଧିକାରୀ

ମୁମ୍ୱାଇ: ମୁମ୍ୱାଇରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ଗତ କାଲି  ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(BMC)ର ଜଣେ ବରିଷ୍ଠ ଅଧିକାରୀଙ୍କର କରୋନାରେ ମୃତ୍ୟୁ ଘଟିଛି। ବିଏମ୍‌ସିର ଡେପୁଟି କମିଶନର ଶିରିଶ ଦୀକ୍ଷିତ ଜଳ ଯୋଗାଣ ବିଭାଗର ଦାୟିତ୍ୱରେ ଥିଲେ। ୫୫ ବର୍ଷୀୟ ଶିରିଶ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ଥିଲେ। ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍‌ ଥିଲା।  କିନ୍ତୁ ଗତକାଲି ହଠାତ୍‌ ଶିରିଶଙ୍କର ସ୍ୱାସ୍ଥ୍ୟାବସ୍ଥା […]

author-image
Mahasweta Baral
କରୋନାରେ ଆଖି ବୁଜିଲେ ବିଏମ୍‌ସିର ବରିଷ୍ଠ ଅଧିକାରୀ

bmc

ମୁମ୍ୱାଇ: ମୁମ୍ୱାଇରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ଗତ କାଲି  ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(BMC)ର ଜଣେ ବରିଷ୍ଠ ଅଧିକାରୀଙ୍କର କରୋନାରେ ମୃତ୍ୟୁ ଘଟିଛି।

Advertisment

ବିଏମ୍‌ସିର ଡେପୁଟି କମିଶନର ଶିରିଶ ଦୀକ୍ଷିତ ଜଳ ଯୋଗାଣ ବିଭାଗର ଦାୟିତ୍ୱରେ ଥିଲେ। ୫୫ ବର୍ଷୀୟ ଶିରିଶ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ଥିଲେ। ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍‌ ଥିଲା।  କିନ୍ତୁ ଗତକାଲି ହଠାତ୍‌ ଶିରିଶଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶିରିଶ  ହେଉଛନ୍ତି ବିଏମ୍‌ସିର ପ୍ରଥମ ଅଧିକାରୀ ଯାହାଙ୍କର କରୋନାରେ ମୃତ୍ୟୁ ଘଟିଛି।

ସୂଚନାଥାଉ କି, ଦେଶରେ ୨୪ ଘଣ୍ଟାରେ ଆସିଛି ୯ ହଜାର ୯୮୫ ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ଦେଶରେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତକଙ୍କ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ଏଥିମଧ୍ୟରୁ ୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଛନ୍ତି।

Advertisment
Advertisment
Advertisment