Advertisment

କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଜାଲୁଆ ସାହିରୁ ଚିହ୍ନଟ ହୋଇଛନ୍ତି ୪୩ ଜଣ ଆକ୍ରାନ୍ତ। ଏହି ୪୩ ଜଣଙ୍କ ମଧ୍ୟରୁ ୨୩ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା ଅଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିଭଳି ସୁତାହାଟରୁ ୮, ପ୍ରତାପ ନଗରୀରୁ ୨, ବକ୍ସିବଜାରରୁ ୨ ଚିହ୍ନଟ, କାଠଗଡ଼ା ସାହିରୁ ୨, […]

ଅଦ୍ୟତନ ହୋଇଛି
କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

corna

Advertisment

କଟକ: ଆଜି କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଜାଲୁଆ ସାହିରୁ ଚିହ୍ନଟ ହୋଇଛନ୍ତି ୪୩ ଜଣ ଆକ୍ରାନ୍ତ। ଏହି ୪୩ ଜଣଙ୍କ ମଧ୍ୟରୁ ୨୩ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା ଅଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

Advertisment

ସେହିଭଳି ସୁତାହାଟରୁ ୮, ପ୍ରତାପ ନଗରୀରୁ ୨, ବକ୍ସିବଜାରରୁ ୨ ଚିହ୍ନଟ, କାଠଗଡ଼ା ସାହିରୁ ୨, ବାଦାମବାଡ଼ିରୁ ୧ ଚିହ୍ନଟ ହୋଇଥିବା ବେଳେ ବିଡ଼ାନାସୀରୁ ୧ ଚିହ୍ନଟ ହୋଇଥିବା ହୋଇଛନ୍ତି। ବେହେରାସାହି ପରେ ଏବେ ଜାଲୁଆ ସାହି ଚିନ୍ତାର କାରଣ ପାଲଟିଛି।

ଅନ୍ୟପଟେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୩୪୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ସର୍ବାଧିକ ୧,୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୨୩ରହିଛି। ସେହିଭଳି ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୯୬ରେ ପହଞ୍ଚିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ