Advertisment

ଟିକା ନେଇଥିବା ୪୦ ଡାକ୍ତରଙ୍କୁ କରୋନା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ King George’s Medical University (KGMU)ର ୪୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ଙ୍କ ମଧ୍ୟରେ କୁଳପତି ଲେଫ୍ଟନାଣ୍ଟ୍‌ ଜେନେରାଲ୍‌(ଅବସରପ୍ରାପ୍ତ) ବିପିନ୍‌‌ ପୁରୀ ଅଛନ୍ତି। ଦ୍ୱିତୀୟ ଥର ପାଇଁ ସେ କରୋନା ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ୨୫ରେ ସେ କରୋନାର ଦ୍ୱିତୀୟ ଟିକା ନେଇଥିଲେ। ମିଳିଥିବା ସୂଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ଙ୍କ ସମେତ ପାଖାପାଖି ୪୦ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। […]

author-image
Rajalaxmi Sahoo
ଟିକା ନେଇଥିବା ୪୦ ଡାକ୍ତରଙ୍କୁ କରୋନା

KMGU-Doctors

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ King George’s Medical University (KGMU)ର ୪୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ଙ୍କ ମଧ୍ୟରେ କୁଳପତି ଲେଫ୍ଟନାଣ୍ଟ୍‌ ଜେନେରାଲ୍‌(ଅବସରପ୍ରାପ୍ତ) ବିପିନ୍‌‌ ପୁରୀ ଅଛନ୍ତି। ଦ୍ୱିତୀୟ ଥର ପାଇଁ ସେ କରୋନା ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ୨୫ରେ ସେ କରୋନାର ଦ୍ୱିତୀୟ ଟିକା ନେଇଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ଙ୍କ ସମେତ ପାଖାପାଖି ୪୦ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର କରୋନାର ଉଭୟ ଡୋଜ୍‌ ନେବା ପରେ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜେନେରାଲ୍‌ ସର୍ଜରୀ ଡିପାର୍ଟମେଣ୍ଟ୍‌ରୁ ୨୦ ଜଣ ଡାକ୍ତର, ୟୁରୋଲୋଜି ଡିପାର୍ଟମେଣ୍ଟରୁ ୯ ଜଣ ଓ ମେଡିସିନ ଡିପାର୍ଟମେଣ୍ଟ୍‌ରୁ ୩ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଦେବା ପରେ ଅନ୍ୟ faculty ମେମ୍ବର୍ସମାନଙ୍କ କରୋନା ଟେଷ୍ଟ୍‌ କରାଯାଇଛି।

କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ୧୩ ବର୍ଷୀୟ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁରତରେ ଏହି ଘଟଣା ଘଟିଛି।

Advertisment

ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି।

Corona News Today
Advertisment
Advertisment