/odishatv-khabar/media/post_attachments/uploadimage/library/16_9/16_9_0/corona-death_1620358099.jpg)
corona death
ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା। ୨୪ ଘଣ୍ଟାରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ହୋଇଛନ୍ତି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧତ୍କ ୪ ଲେଖାଏଁ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ; ଅନୁଗୁଳ, ବଲାଙ୍ଗିର, କଟକ ଓ ଦେବଗଡ଼ରୁ ଜଣେ ଲେଖାଏଁ; ଗଜପତି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତୁ୍ୟସଂଖ୍ୟା ୨ ହଜାର ୧୪୦କୁ ବୃଦ୍ଧି ହୋଇଛି।
Advertisment
ସେହିପରି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୨ ହଜାର ୨୩୮ ପଜିଟିଭ୍। ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧ ହଜାର ୮ ଶହ ୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। କଟକରୁ ୯୧୬, କଳାହାଣ୍ଡି-୫୮୦, ସମ୍ବଲପୁର-୫୪୪, ଅନୁଗୁଳ-୪୮୦, ବରଗଡ଼-୪୭୫ ଓ ବାଲେଶ୍ୱରରୁ ୪୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍-୩୫୭, ଭଦ୍ରକ-୩୮୧, ପୁରୀ-୩୬୯, ଯାଜପୁର-୩୧୮, ଗଂଜାମ-୩୧୨ ଓ ଝାରସୁଗୁଡ଼ାରୁ ୩୦୬ ପଜିଟିଭ୍ ବାହାରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)