coronavirus
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭାରତରେ ୩୬ ହଜାର ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୩ ମାସରେ ସର୍ବନିମ୍ନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ପ୍ରତିଶତ ହେଉଛନ୍ତି କେବଳ ୧୮ଟି ଜିଲ୍ଲାର। ଅର୍ଥାତ୍ ଦେଶରେ ଆକ୍ରାନ୍ତଙ୍କ ହାରରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହେଉଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
ସେହିପରି ଦେଶରେ ସୁସ୍ଥ ସଂଖ୍ୟା ୯୦ ପ୍ରତିଶତ ଉପରେ ରହିଛି। ପୂର୍ବରୁ ୫୭ ଦିନରେ ୧୦ ଲକ୍ଷ ସୁସ୍ଥ ହୋଇଥିବା ବେଳେ ଏବେ ଗତ ୧୩ ଦିନରେ ୧୦ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନା ଆରୋଗ୍ୟଙ୍କ ସଂଖ୍ୟା ଦେଶରେ ୭୨ ଲକ୍ଷ ପାର୍ କରିଛି। ଏପରିକି ଦେଶରେ ହଟ୍ସ୍ପଟ୍ ପାଲଟିଥିବା ମହାରାଷ୍ଟ୍ରରେ ଆଜି ଗୋଟିଏ ଦିନରେ ୯ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।
ସେପଟେ କଣ୍ଟେନମେଣ୍ଟ ଜୋନ୍ରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ସେପ୍ଟେମ୍ବରର ଅନଲକ୍ ଗାଇଡଲାଇନ୍। ତେବେ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ମଧ୍ୟରେ ଯାତାୟାତ ନେଇ କୌଣସି କଟକଣା ରହିବ ନାହିଁ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ନୂଆ ଗାଇଡଲାଇନ୍ ଜାରି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-13_1625178827.jpg)