Advertisment

ଏହି ଚକୋଲେଟ୍‌ କିଣିଲେ ଆପଣ ପାଇପାରିବେ 1GB 4G ଡାଟା

ନୂଆଦିଲ୍ଲୀ: ଜିଓ ମନାଉଛି ତାହାର ଦିତ୍ୱୀୟ ବାର୍ଷିକ ଉତ୍ସବ। ଏହି ଅବସରରେ ଜିଓ ଗ୍ରାହକମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ଜିଓ ଗ୍ରାହକମାନଙ୍କୁ 10 GB ମାଗଣା ୪ଜି ଡାଟା ପ୍ରଦାନ କରୁଛି। Jio Celebrations pack ସହିତ ‘ଜିଓ’ ଗ୍ରାହକଙ୍କୁ ପ୍ରତିଦିନ 2 GB ଡାଟା ଦିଆଯାଉଛି। ଜିଓର ଆକ୍ଟିଭ୍‌ ୟୁଜର୍ସ ଏହି ଡାଟାକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ସେପ୍ଟେମ୍ବର ୭ରେ କମ୍ପାନୀ ଏହି ଆକର୍ଷଣୀୟ ଅଫର ପ୍ରଦାନ କରିଛି। ପ୍ରତ୍ୟେକ […]

author-image
Otv Khabar Bureau
ଏହି ଚକୋଲେଟ୍‌ କିଣିଲେ ଆପଣ ପାଇପାରିବେ 1GB 4G ଡାଟା

jio

ନୂଆଦିଲ୍ଲୀ: ଜିଓ ମନାଉଛି ତାହାର ଦିତ୍ୱୀୟ ବାର୍ଷିକ ଉତ୍ସବ। ଏହି ଅବସରରେ ଜିଓ ଗ୍ରାହକମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ଜିଓ ଗ୍ରାହକମାନଙ୍କୁ 10 GB ମାଗଣା ୪ଜି ଡାଟା ପ୍ରଦାନ କରୁଛି।

Advertisment

Jio Celebrations pack ସହିତ ‘ଜିଓ’ ଗ୍ରାହକଙ୍କୁ ପ୍ରତିଦିନ 2 GB ଡାଟା ଦିଆଯାଉଛି। ଜିଓର ଆକ୍ଟିଭ୍‌ ୟୁଜର୍ସ ଏହି ଡାଟାକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ସେପ୍ଟେମ୍ବର ୭ରେ କମ୍ପାନୀ ଏହି ଆକର୍ଷଣୀୟ ଅଫର ପ୍ରଦାନ କରିଛି। ପ୍ରତ୍ୟେକ ରାତି ୧୨ ଟା ପରେ ଏହି ଡାଟା ପୁଣିଥରେ ମୋବାଇଲ୍‌ରେ ଉପଲବ୍ଧ ହେବ। ଗ୍ରାହକମାନେ ଏହି ଅଫରକୁ MyJio ଆପ୍‌ ବା My Plans sectionରେ ଏହାକୁ ଚେକ୍‌ କରିପାରିବେ।

ଏହା ବ୍ୟତୀତ କମ୍ପାନୀ ଆଉ ଏକ ଅଫର ମଧ୍ୟ ଲଞ୍ଚ କରିଛି। ଅଫର ଅନୁଯାୟୀ ଜିଓ ଗ୍ରାହକ ମାନେ Cadbury Daily Milk ଚକୋଲେଟ୍‌ କିଣି 1GB 4G ଡାଟା ମାଗଣାରେ ପାଇପାରିବେ। ଏହି ଅଫର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରହିଛି। ୫ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ  ଯେକୌଣସି Cadbury Daily Milk ଚକୋଲେଟ୍‌ କିଣିବା ପରେ ଚକୋଲେଟ୍‌ ଜରିରେ ଥିବା ବାର୍‌କୋର୍ଡକୁ ସ୍କାନ୍‌ କରିବା ପରେ ଆପଣ ଏହି ମାଗଣା ଡାଟାକୁ ଉପଭୋଗ କରି ପାରିବେ।

Advertisment
Advertisment
Advertisment