Advertisment

ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍

ଭୁବନେଶ୍ୱର : ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍। କିଛି ମାସ ତଳେ ଇଜ୍-ଅଫ୍-ଡୁଇଂ ବିଜ୍‌ନେସ୍‌ରେ ଓଡ଼ିଶାର ସ୍ଥାନ ୧୪କୁ ଖସିଥିଲା। ଅାଉ ଏବେ ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଅାପ୍ଳାଏଡ୍ ଇକୋନୋମିକ୍ ରିସର୍ଚ୍ଚ- NCAER ପକ୍ଷରୁ କରାଯାଇଥିବା ପୁଞ୍ଜିନିବେଶ ସର୍ଭେରେ ଓଡ଼ିଶା ପୂର୍ବବର୍ଷ ତୁଳନାରେ ଅାହୁରି ୬ଟି ସ୍ଥାନ ତଳକୁ ଖସିଅାସିଛି । ସଂସ୍ଥା ପକ୍ଷରୁ ୪ଟି କ୍ଷେତ୍ର ଅାଧାରରେ ଏହି ସର୍ଭେ କରାଯାଇଥିଲା- କୁଶଳୀ ଶ୍ରମିକ କ୍ଷେତ୍ରରେ ଓଡ଼ିଶା ୪ ପାଦ ତଳକୁ ଖସିଥିବାବେଳେ, ଭିତ୍ତିଭୂମିରେ ୫, […]

author-image
Otv Khabar Bureau
ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍

decline

ଭୁବନେଶ୍ୱର : ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍। କିଛି ମାସ ତଳେ ଇଜ୍-ଅଫ୍-ଡୁଇଂ ବିଜ୍‌ନେସ୍‌ରେ ଓଡ଼ିଶାର ସ୍ଥାନ ୧୪କୁ ଖସିଥିଲା। ଅାଉ ଏବେ ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଅାପ୍ଳାଏଡ୍ ଇକୋନୋମିକ୍ ରିସର୍ଚ୍ଚ- NCAER ପକ୍ଷରୁ କରାଯାଇଥିବା ପୁଞ୍ଜିନିବେଶ ସର୍ଭେରେ ଓଡ଼ିଶା ପୂର୍ବବର୍ଷ ତୁଳନାରେ ଅାହୁରି ୬ଟି ସ୍ଥାନ ତଳକୁ ଖସିଅାସିଛି ।

Advertisment

publive-imageସଂସ୍ଥା ପକ୍ଷରୁ ୪ଟି କ୍ଷେତ୍ର ଅାଧାରରେ ଏହି ସର୍ଭେ କରାଯାଇଥିଲା- କୁଶଳୀ ଶ୍ରମିକ କ୍ଷେତ୍ରରେ ଓଡ଼ିଶା ୪ ପାଦ ତଳକୁ ଖସିଥିବାବେଳେ, ଭିତ୍ତିଭୂମିରେ ୫, ଜମି କ୍ଷେତ୍ରରେ ୭ଟି ସ୍ଥାନ ଖସିଛି। କେବଳ ଅର୍ଥନୈତିକ ବାତାବରଣ ସୃଷ୍ଟିରେ ଓଡ଼ିଶା ୪ ପାଦ ଅାଗେଇଛି। ଶିଳ୍ପ, ଶିଳ୍ପାୟନକୁ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଘୋଷଣା ସହ ଶିଳ୍ପପତିଙ୍କ ପାଇଁ ସୁଖଦ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି।

ମାତ୍ର ଏହି ରାଙ୍କିଂ ଭିନ୍ନ ଚିତ୍ର ଦର୍ଶାଉଛି। ରାଜ୍ୟ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ପରୋକ୍ଷରେ ଅପାରଗତାକୁ ସ୍ୱୀକାର କରିଛନ୍ତି। ତେବେ ଓଡ଼ିଶାର ରାଙ୍କ୍‌ କମିବାରେ ସରକାରଙ୍କର ଦୋଷ ନାହିଁ ବରଂ ଶିଳ୍ପପତିଙ୍କର ଦୋଷ କହିଛନ୍ତି।

Advertisment

publive-imageବିରୋଧୀଙ୍କୁ ପୁଞ୍ଜିନିବେଶ ରାଙ୍କ୍ ଖସିବା ମୌକା ଦେଇଛି। ପିସିସି ସଭାପତି କହିଛନ୍ତି, ଏଠି ରାଜନୈତିକ ସ୍ୱାର୍ଥ ପାଇଁ ଶିଳ୍ପକୁ ବନ୍ଦ କରାଯାଉଛି। ଯାହାର ପ୍ରଭାବ ନୂଅା ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ପଡୁଛି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଶିଳ୍ପମନ୍ତ୍ରୀଙ୍କ କଥାକୁ କଟାକ୍ଷ କରିଛନ୍ତି। ବିଶେଷଜ୍ଞ କହିଛନ୍ତି, ଏଭଳି ଧାରା ଜାରି ରହିଲେ ଅାଗାମୀ ମେକ୍-ଇନ୍-ଓଡ଼ିଶା କନ୍‌କ୍ଲେଭ୍‌ରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ପୁଞ୍ଜିପତିମାନେ ସେତେଟା ଅାଗ୍ରହ ପ୍ରକାଶ ନ କରିପାରିନ୍ତି।

ବାରମ୍ବାର ରାଙ୍କ୍‌ ଖସିବା ପରେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର କେବଳ MOU ସ୍ୱାକ୍ଷର କରି ନିଜ ଦାୟିତ୍ୱ ଭୁଲି ଯାଉଛନ୍ତି କି? ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗିଲ୍ ଓ୍ୱିଣ୍ଡୋ କ୍ଳିୟରାନ୍ସ କଥା କହୁଥିବା ବେଳେ ବାସ୍ତବରେ ତାହା ହେଉନାହିଁ କି? ତେବେ ଏ ରାଙ୍କିଂ ଶିଳ୍ପାୟନକୁ କେତେଦୂର ପ୍ରଭାବିତ କରୁଛି, ତାଉପରେ ନଜର।

Advertisment
Advertisment