Advertisment

୨୦୨୧ରେ ଦେଶରେ ବଦଳିପାରେ GDPର ସ୍ଥିତି: ରାଜୀବ

୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍‌-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍‌ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।

author-image
Dibakar Sahoo
୨୦୨୧ରେ ଦେଶରେ ବଦଳିପାରେ GDPର ସ୍ଥିତି: ରାଜୀବ

6

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍‌-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍‌ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।

Advertisment

ସେ କହିଛନ୍ତି ଯେ, ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଘରୋଇ ଉତ୍ପାଦ ବା ଜିଡିପିରେ ୮ ପ୍ରତିଶତ କମ୍‌ ରହିବାର ଅନୁମାନ କରାଯାଉଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍‌ବିଆଇ ମଧ୍ୟ ଚଳିତ ବର୍ଷ ଆର୍ଥିକ ବିକାଶରେ ୯.୫ ପ୍ରତିଶତ ହ୍ରାସ ଘଟିବା ନେଇ ସୂଚନା ଦେଇଥିଲା। କିନ୍ତୁ ପଛରେ ଏହାକୁ ଆରବିଆଇ ୭.୫ ପ୍ରତିଶତକୁ ଖାସାଇ ଦେଇଛି।

Advertisment

ତେବେ ରାଜୀବ କହିଛନ୍ତି ଯେ ଉତ୍ପାଦନ କ୍ଷତ୍ରରେ ଦ୍ରୁତ ବୃଦ୍ଧି ହେତୁ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର କ୍ୱାର୍ଟରରେ ଭାରତୀୟ ଅର୍ଥନୀତି ଆଶା ଅପେକ୍ଷା ଏକ ଭଲ ସ୍ଥିତିରେ ରହିଛି।

ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଅର୍ଥନୀତିରେ ହ୍ରାସ ୭.୫ ପ୍ରତିଶତକୁ ଖସି ଆସିଛି। ତେବେ ଉପଭୋକ୍ତାଙ୍କ ଚାହିଦା ଅର୍ଥନୀତିର ସ୍ଥିତିକୁ ଆହୁରି ଉନ୍ନତ କରିବ ବୋଲି ଆଶା କରାଯାଉଥିବା ରାଜୀବ୍‌ କହିଛନ୍ତି।

Advertisment
Advertisment