/odishatv-khabar/media/post_attachments/uploadimage/library/16_9/16_9_0/Jitin_Prasada_addressing_at_the_celebration_of_the_8th_Foundation_Day_of_the_National_Commission_for_Minority_Educational_Institutions_in_New_Delhi_on_December_28_2012_1623233502.jpg)
Jitin Prasad
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତିନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।
ଜିତିନ ପ୍ରସାଦ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ଉତ୍ତରପ୍ରଦେଶରୁ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ରହିଥିବା ବେଳେ ଜିତିନ ପ୍ରସାଦଙ୍କ ବିଜେପିରେ ମିଶିବା କଂଗ୍ରେସ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଇପାରେ । ଜିତିନ୍ ପ୍ରସାଦଙ୍କୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ କୋର ଟିମ୍ ସଦସ୍ୟ ଭାବେ ଗଣାଯାଉଥିଲା ।
ଜିତିନଙ୍କର ଉତ୍ତରପ୍ରଦେଶରେ ଖୁବ୍ ପ୍ରଭାବ ରହିଛି । ଆସନ୍ତା ଫେବୃଆରୀରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଜିତିନ୍ ପ୍ରସାଦ ବିଜେପିରେ ମିଶିବା ପରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ତାଙ୍କୁ ସ୍ୱାଗତ କରିଛନ୍ତି ।
ଜିତିନ ପ୍ରସାଦଙ୍କ ଜନ୍ମ ଶାହାଜାହାନପୁରରେ, ୧୯୭୩ ମସିହା ନଭେମ୍ବର ୨୯ ତାରିଖରେ । ଜିତିନ ଡୁନ ସ୍କୁଲରୁ ପାଠ ପଢ଼ିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ, କଳିକେଶ ନାରାୟଣ ସିଂହ ଦେଓ ଓ ଦୁଶ୍ୟନ୍ତ ସିଂହ ଡୁନ୍ରେ ପାଠ ପଢ଼ୁଥିବା ବେଳେ ଜିତିନ ପ୍ରସାଦ ମଧ୍ୟ ପଢ଼ୁଥିଲେ ।
୨୦୦୧ରେ ଜିତିନ ନିଜ ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ କରିଥିଲେ । ପ୍ରଥମେ ସେ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୪ରେ ସେ ଶାହାଜାହାନପୁର ଲୋକସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇ ନିଜର ପ୍ରଥମ ନିର୍ବାଚନ ଜିତିଥିଲେ । ସେ ପ୍ରଥମ ଥର ସାଂସଦ ହୋଇଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ଦିଆଯାଇଥିଲା । ଏହି ସମୟରେ ସେ କ୍ୟାବିନେଟରେ ସବୁଠାରୁ କମ୍ ବୟସର ମନ୍ତ୍ରୀ ଥିଲେ (୨୦୦୮ ଏପ୍ରିଲ)।
ସେ ୨୦୦୯ରେ ଧାରୁଆରୁ ନିର୍ବାଚନ ଲଢ଼ିଥିଲେ । ସେଠାରେ ସେ ୧ ଲକ୍ଷ ୮୪ ହଜାର ୫୦୯ ଭୋଟରେ ବିଜୟ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)