/odishatv-khabar/media/post_attachments/uploadimage/library/16_9/16_9_0/5-7_1626760737.jpg)
5
ଭୁବନେଶ୍ୱର: ସରିଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜର ଦମ୍ଭ ଦେଖାଇବା ଆରମ୍ଭ କରିଦେଇଛନ୍ତି। ସରକାରରେ ଥିବା ବିଜେଡି ପୂର୍ବ ପ୍ରଦର୍ଶନ ଠାରୁ ଆହୁରି ଭଲ କରିବ ବୋଲି କହିଥିବା ବେଳେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟ ନିଜ ଦମ୍ଭ ଦେଖାଇଛନ୍ତି। ରାଜ୍ୟରେ ଗଲା ୪ ପାଳି ହେଲା ସରକାର ଗଢ଼ିଥିବା ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ୪ ରୁ ୪ ଲୋକସଭା ଏବଂ ୨୮ ବିଧାନସଭାରୁ ୨୭ ବିଧାନସଭା ଆସନ ଅକ୍ତିଆର କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି।
ସେପଟେ କଂଗ୍ରେସ କହିଛି ୪ରୁ ୪ ଲୋକସଭା ଆସନ ଅକ୍ତିଆର କରିବା ସହିତ ୨୦ରୁ ଅଧିକ ବିଧାନସଭା ଆସନ ନିଜ କବଳକୁ ନେଇ ଆସିବ। ସମାନ ଢଙ୍ଗରେ ବିଜେପି ମଧ୍ୟ କହିଛି ଯେ, ଆମ ଦଳ ୪ରୁ ୪ ଲୋକସଭା ସହ ୨୮ ଟି ବିଧାନସଭା ଆସନରୁ ଅଧାରୁ ଅଧିକ ଜିତିବ।
ସେପଟେ ସମସ୍ତ ସିଲ୍ ଇଭିଏମ୍ ଷ୍ଟ୍ରଙ୍ଗ୍ ରୁମ୍ରେ ପହଞ୍ଚିସାରିଛି। ବାସ୍ତବିକ୍ ଫଳ ମେ ୨୩ରେ ଆସିବାକୁ ଥିବାରୁ ଏବେ ନେତାମାନେ ଏହାକୁ ନେଇ ହାର୍ ଜିତ୍ର ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)