Advertisment

ବେଲଜିୟମରୁ ୯ ହଜାର ଭାଏଲ ରେମଡେସିଭିର ଆସିଲା ଦିଲ୍ଲୀ..

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ପ୍ରୟାସ ଜାରି ରଖିଛି ଜୀବନ ରକ୍ଷାକାରୀ ଇଂଜେକସନ ରେମଡେସିଭିର। ଅଭାବ ଦୂର କରିବା ଲାଗି ବେଲଜିୟମରୁ ୯ ହଜାର ଭାଏଲ ଆସି ନୂଆଦିଲ୍ଲୀରେ ପହଞ୍ଚିଛି। ଭୋରରୁ ସ୍ୱତନ୍ତ୍ର ବିମାନରେ ରେମଡେସିଭିର୍ ଇଂଜେକସନ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ…

author-image
Satyendu Shekher Mishra
ବେଲଜିୟମରୁ ୯ ହଜାର ଭାଏଲ ରେମଡେସିଭିର ଆସିଲା ଦିଲ୍ଲୀ..

Remdesivir

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ପ୍ରୟାସ ଜାରି ରଖିଛି ଜୀବନ ରକ୍ଷାକାରୀ ଇଂଜେକସନ ରେମଡେସିଭିର। ଅଭାବ ଦୂର କରିବା ଲାଗି ବେଲଜିୟମରୁ ୯ ହଜାର ଭାଏଲ ଆସି ନୂଆଦିଲ୍ଲୀରେ ପହଞ୍ଚିଛି। ଭୋରରୁ ସ୍ୱତନ୍ତ୍ର ବିମାନରେ ରେମଡେସିଭିର୍ ଇଂଜେକସନ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ବିପଦ ବେଳେ ବେଲଜିୟମର ସହାୟତାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ୱାଗତ କରାଯାଇଛି। ଏନେଇ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ଏହା ଆହୁରି ମଜଭୁତ କରିଛି।

Advertisment

ସେହିପରି ଫ୍ରାନ୍ସରୁ ମଧ୍ୟ ଅକ୍ସିଜେନ୍, ମେଡିସିନ୍ ଭଳି ମେଡିକାଲ୍ ସାମଗ୍ରୀ ଆସି ଦିଲ୍ଲୀରେ ପହଞ୍ଚିଛି। ଆମେରିକାରୁ ମଧ୍ୟ ଆଜି ଆଉ କିଛି ମେଡିକାଲ୍ ଉପକରଣ ଓ ସାମଗ୍ରୀ ପହଞ୍ଚିବ। ସକାଳୁ ୨ଟି ବିମାନରେ କିଛି ସାମଗ୍ରୀ ପହଞ୍ଚିଥିବା ବେଳେ ସଂଧ୍ୟା ସୁଦ୍ଧା ଆଉ କିଛି ବିମାନ ଯୋଗେ ଆସି ସାମଗ୍ରୀ ପହଞ୍ଚିବ ବୋଲି ସୂଚନା ମିଳିଛି।

ସେପଟେ ଦେଶରେ କୋଭିସିଲ୍ଡ ଯୋଗାଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଉପରେ ପ୍ରବଳ ଚାପ ପକାଯାଉଥିବା କହିଛନ୍ତି ସଂସ୍ଥାର ସିଇଓ ଆଦର ପୁନାୱାଲା। ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ପୁନାୱାଲା କହିଛନ୍ତି ଯେ, ତାଙ୍କୁ ଦେଶର କିଛି ମୁଖ୍ୟମନ୍ତ୍ରୀ, ବଡ଼ ବ୍ୟବସାୟୀ ଏବଂ ବିତ୍ତଶାଳୀ ବ୍ୟକ୍ତିଙ୍କ ଫୋନ୍ କଲ୍ ଆସୁଛି। ଯଦି, ଟିକା ନମିଳେ ତେବେ ଭଲ ହେବନି ବୋଲି ଫୋନ୍ କଲରେ ଧମକପୂର୍ଣ୍ଣ ଭାବେ କୁହାଯାଉଛି। ଯେଉଁଥିପାଇଁ ସେ ଏବେ ଅଧିକ ଚାପରେ ରହିଛନ୍ତି।

Advertisment

ସବୁ କିଛି ତାଙ୍କ କାନ୍ଧରେ ରହିଛି, କିନ୍ତୁ ସେ ସବୁକୁ ସେ ଏକୁଟିଆ କରିପାରିବେନି। ଖାଲି ଏତିକି ନୁହେଁ ମହାମାରୀର ଡର ମଧ୍ୟରେ ସମସ୍ତଙ୍କୁ ଭ୍ୟାକସିନ୍ ଆବଶ୍ୟକ ପଡ଼ୁଛି। ସମସ୍ତେ ଟିକା ନେବାକୁ ଚାହୁଁଥିବା ବେଳେ ଏହା କିପରି ମିଳିବ ସେଥିପ୍ରତି କାହାରି ବି ଧ୍ୟାନ ନାହିଁ। ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁନାୱାଲା ।

ଅନୁମାନ କରାଯାଉଛି, କୋଭିସିଲ୍ଡର ଉତ୍ପାଦନ କେବଳ ଭାରତରେ ନକରି ଅନ୍ୟ ଦେଶରେ ବି କରାଯିବାକୁ ସେରମ୍ ଯୋଜନା କରୁଛି। କିଛି ଦିନ ପୂର୍ବରୁ ହିଁ ପୁନାୱାଲାଙ୍କୁ ‘Y’ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି। କରୋନା ମହାମାରୀରେ ବିଶ୍ୱର ସବୁଠୁ ଅଧିକ ଭ୍ୟାକସିନ୍ ଉତ୍ପାଦନ କରୁଛି ସେରମ୍ । ଭାରତରେ ରାଜ୍ୟ ସରକାର ଓ ଘରୋଇ ସଂସ୍ଥା ସିଧାସଳଖ କମ୍ପାନିରୁ ଟିକା କିଣିବାକୁ ଅନୁମତି ମିଳିଛି।

Advertisment
Advertisment