Advertisment

ଚାଇନା ସହିତ ସଂଘର୍ଷର ମାତ୍ର ୭୨ ଘଣ୍ଟାରେ ପୋଲ ନିର୍ମାଣ କାମ ଶେଷ କଲା ଭାରତ

ଲଦାଖ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ- ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଉତ୍ତେଜନା ଲାଗି ରହିଛି। ମଙ୍ଗବାର ସକାଳ ପର୍ଯ୍ୟନ୍ତ ସହିଦ ଯବାନଙ୍କ ମୃତଦେହ ଖୋଜା ଚାଲିଥିବା ବେଳେ ସୀମାରେ ସାମରିକ ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଘଟଣାସ୍ଥଳକୁ ତ୍ୱରିତ ବେଗରେ ଯାଇଥିଲା ସେନା। ଏବଂ ଏଥିରେ ସଫଳ ମଧ୍ୟ  ହୋଇଛି। ଗଲୱାନ୍‌ ଘାଟିକୁ ନେଇ ଏବେ ଏହି ନୂଆ ଖବର ସାମ୍ନାକୁ ଆସିଛି। ଜୁନ୍‌ ୧୫ ତାରିଖରେ ଭାରତ- ଚୀନ […]

author-image
Abinash Pati
ଚାଇନା ସହିତ ସଂଘର୍ଷର ମାତ୍ର ୭୨ ଘଣ୍ଟାରେ ପୋଲ ନିର୍ମାଣ କାମ ଶେଷ କଲା ଭାରତ

galwan-vally

ଲଦାଖ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ- ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଉତ୍ତେଜନା ଲାଗି ରହିଛି। ମଙ୍ଗବାର ସକାଳ ପର୍ଯ୍ୟନ୍ତ ସହିଦ ଯବାନଙ୍କ ମୃତଦେହ ଖୋଜା ଚାଲିଥିବା ବେଳେ ସୀମାରେ ସାମରିକ ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଘଟଣାସ୍ଥଳକୁ ତ୍ୱରିତ ବେଗରେ ଯାଇଥିଲା ସେନା। ଏବଂ ଏଥିରେ ସଫଳ ମଧ୍ୟ  ହୋଇଛି। ଗଲୱାନ୍‌ ଘାଟିକୁ ନେଇ ଏବେ ଏହି ନୂଆ ଖବର ସାମ୍ନାକୁ ଆସିଛି।

Advertisment

ଜୁନ୍‌ ୧୫ ତାରିଖରେ ଭାରତ- ଚୀନ ସେନା ମଧ୍ୟରେ ଗଲୱାନ ଭ୍ୟାଲିରେ ରକ୍ତାରକ୍ତ ସଂଘର୍ଷ ହୋଇଥିଲା ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ଯବାନଙ୍କ ମୃତ୍ୟୁ ହୋଇଥିଲା। ଏହି ସଂଘର୍ଷର ଠିକ୍ ପରେ ସେନାର ଇଞ୍ଜିନିୟରଙ୍କୁ ତୁରନ୍ତ ସେହି ସ୍ତାନକୁ ଯାଇ ଗଲୱାନ ନଦୀ ଉପରେ ବାକିଥିବା ବ୍ରିଜ୍‌ ନିର୍ମାଣ କାମକୁ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ମାତ୍ର ୭୨ ଘଣ୍ଟାରେ ଗୁରବାର ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି ସେନା ଇଞ୍ଜିନୟର।

ନିର୍ମାଣ ସରିଥିବା ୬୦ ମିଟର ଏହି ବ୍ରିଜ୍ ସେନା ପାଇଁ ଅତ୍ୟନ୍ତ ଆବଶ୍ୟକ। କାରଣ ଏହାଦ୍ୱାର ସେନା ସହଜରେ ଏଲ୍‌ଏସିରେ ପହଞ୍ଚିପାରିବା ସହିତ ଅସ୍ତ୍ରଶସ୍ତ୍ର ନେବାଆଣିବା କରିପାରିବେ। ପୋଲର ମଜଭୁତ୍ ମାପିବା ପାଇଁ ସେନା ଦୀର୍ଘ ଦୁଇଘଣ୍ଟା ଧରି ପୋଲ ଉପରେ ଲଗାତର ଗାଡ଼ି ଚଳାଇ ସେନା ବ୍ରିଜ୍‌ର ପରୀକ୍ଷଣ ମଧ୍ୟ କରିସାରିଛି।

Advertisment

ଭାରତର ଏହି ବ୍ରିଜ୍‌ ନିର୍ମାଣକୁ ଚାଇନା ବାରମ୍ବାର ବିରୋଧ କରୁଥିଲା। ଏଲ୍‌ଏସିରେ ଭାରତ କେମିତି ସହଜର ନ ପହଞ୍ଚୁ ଏହା ଚାହୁଁଥିଲା ଚାଇନା। ଏଥିପାଇଁ ସବୁବେଳେ ଦୁଇ ଦେଶର ସୀମାରେ ତିକ୍ତତା ଲାଗି ରହିଥିଲା। ମଙ୍ଗଳବାର ଏନେଇ ସଂଘର୍ଷ ହେବା ପରେ ତୁରନ୍ତ ସେନା ଇଞ୍ଜିନିୟଙ୍କୁ ବ୍ରିଜ୍‌ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ହୋଇଥିଲା। ଯେ କୌଣସି ମତରେ ବ୍ରିଜ୍ କାମ ସାରିବାକୁ କୁହାଯାଇଥିଲା। ଶେଷରେ ପୋଲ ନିର୍ମାଣ କରିବାରେ ସଫଳ ହୋଇଛି ଭାରତ।

Galwan Clash India-China Faceoff Galwan Bridge
Advertisment
Advertisment