Advertisment

ଦକ୍ଷିଣ ଭାରତରେ ଚମକ ଦେଖାଇପାରିଲା ନାହିଁ ବିଜେପି, ବଙ୍ଗରେ ସତ ହେଉଛି ଏକଜିଟ୍ ପୋଲ ରିପୋର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଚମକ ଦେଖାଇପାରିଲା ନାହିଁ ଭାରତୀୟ ଜନତା ପାର୍ଟି। ତାମିଲନାଡୁ, କେରଳରେ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ତାମିଲନାଡୁରେ ଶାସକ ଏଆଇଏଡିଏମକେକୁ ପଛରେ ପକାଇ ସଂଖ୍ୟା ଗରିଷ୍ଠତା ହାସଲ କରୁଛି ଏମକେ ଷ୍ଟାଲିନଙ୍କ ପାର୍ଟି ଡିଏମକେ। ୨୩୪…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଦକ୍ଷିଣ ଭାରତରେ ଚମକ ଦେଖାଇପାରିଲା ନାହିଁ ବିଜେପି, ବଙ୍ଗରେ ସତ ହେଉଛି ଏକଜିଟ୍ ପୋଲ ରିପୋର୍ଟ

Modi didi

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଚମକ ଦେଖାଇପାରିଲା ନାହିଁ ଭାରତୀୟ ଜନତା ପାର୍ଟି। ତାମିଲନାଡୁ, କେରଳରେ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ତାମିଲନାଡୁରେ ଶାସକ ଏଆଇଏଡିଏମକେକୁ ପଛରେ ପକାଇ ସଂଖ୍ୟା ଗରିଷ୍ଠତା ହାସଲ କରୁଛି ଏମକେ ଷ୍ଟାଲିନଙ୍କ ପାର୍ଟି ଡିଏମକେ। ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡ଼ୁରେ ଡିଏମକେ ଦିନ ଦୁଇଟା ସୁଦ୍ଧା ୧୪୩ ଆସନରେ ଆଗୁଆ ରହିଥିବା ବେଳେ ଏଆଇଏଡିଏମକେ ୯୦ଟି ଆସନରେ ଆଗୁଆ ରହିଛି।

Advertisment

ସେହିଭଳି ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ଦିନ ଦୁଇଟା ସୁଦ୍ଧା ଏଲଡିଏଫ୍ ୯୩ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୪୫ ଓ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛି।

ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କିନ୍ତୁ ବିଜେପି ପାଇଁ ଖୁସି ଖବର ଆସୁଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ୧୧ ପ୍ଲସରେ ଆଗେଇ ଚାଲିଛି ଭାରତୀୟ ଜନତା ପାର୍ଟି।

Advertisment

ତେବେ ପଶ୍ଚିମବଙ୍ଗରେ ଚାଲିଛି ପୁଣି ଦିଦି ମ୍ୟାଜିକ୍। ଟିଏମସି ସଂଖ୍ୟା ଗରିଷ୍ଠତାରୁ ଅଧିକ ସିଟରେ ଲିଡ୍ କରୁଛି। ଦିନ ଦୁଇଟା ସୁଦ୍ଧା ଟିଏମସି ୨୦୬ ସିଟରେ ଆଗରେ ରହିଥିବା ବେଳେ ବିଜେପି ୮୩ ସିଟରେ ଆଗରେ ରହିଛି। ଟିଏମସି ବିଶେଷ ଭାବେ କୋଲକାତା ଓ ମଧ୍ୟ ବଙ୍ଗ ଅଞ୍ଚଳର ଅନେକ ସିଟରେ ଆଗୁଆ ରହିଛି। 

ସେହିଭଳି ଆସାମରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିପାରେ। ଦିନ ଦୁଇଟା ସୁଦ୍ଧା ରହିଥିବା ଟ୍ରେଣ୍ଡ ଅନୁସାରେ ଆସାମରେ ବିଜେପି ୭୭ ସିଟରେ ଆଗରେ ରହିଥିବା ବେଳେ କଂଗ୍ରେସ ୪୮ ସିଟରେ ଆଗରେ ରହିଛି। ଆସାମରେ ବିଜେପିର ପ୍ରଦର୍ଶନକୁ ନେଇ ସେଲିବ୍ରେସନ୍ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ବିଜୟକୁ ନେଇ ଆଶାବାଦୀ ଥିବା କହିଛନ୍ତି।

Advertisment
Advertisment