ଶ୍ରୀଯୁକ୍ତ ରୁଦ୍ର ପ୍ରସନ୍ନ୍ ରଥ ଭାରତୀୟ ଜନ ସଂଚାର ସଂସ୍ଥାନ ଢେଙ୍କାନାଳରୁ ସାମ୍ବାଦିକତା କଲା ପରେ ଦୀର୍ଘ ଦେଢ ଦଶନ୍ଧି ଧରି ସାମ୍ବାଦିକତା ସହ ଜଡିତ ଅଛନ୍ତି । କ୍ରୀଡା ଓ ସାମାଜିକ ଲିଙ୍ଗ ଆଦି ବିଷୟବସ୍ତୁ ଉପରେ ଶତାଧିକ ନିବନ୍ଧ ଲେଖି ସେ ରାଜ୍ଯ ଏବଂ ଜାତୀୟ ସ୍ତରର ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି । କିଂଚିତ କଥା ଏବଂ କ୍ରୀଡା କାହାଣୀ ନାମରେ ତାଙ୍କର ଦୁଇଗୋଟି ପୁସ୍ତକ ମଧ୍ଯ ପ୍ରକାଶ ପାଇଛି।