ନିର୍ମାଣମୂଳକ ଯୋଜନାରେ ଆଗେଇ ଯିବେ ଓ ପାରିବାରିକ ଜୀବନ ସୁଖରେ କଟିବ । ଶୁଭକାମ କରି ପ୍ରଶଂସିତ ହେବେ । ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ ।
ଜୀବନ ସାଥୀଙ୍କ ସହିତ ଏକ ଦୃଢ ସମ୍ପର୍କ ଗଢିବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ସାଙ୍ଗମାନଙ୍କ ସହିତ ଖୁସିରେ ସମୟ ବିତାଇବେ । ଶିକ୍ଷା କ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ପରିବାରରେ ଓ କୁଟୁମ୍ବରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ନେଇ ଧାଦୌଡ କରିବାକୁ ପଡିବ ।
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯