• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st April 2023: ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଆଜି ଧନପ୍ରାପ୍ତିର ଯୋଗ ରହିଛି

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର-ମେଷ ନିଶାନ୍ତ ୦୫.୦୨ ଗତେ ବୃଷ । ତିଥୀ-ପ୍ରତିପଦ ଦିବା ୦୮. ୨୯ ଗତେ ୨ୟା । ଘାତ ଚନ୍ଦ୍ର-ମେଷ ନିଶାନ୍ତ ୦୫.୦୨ ଗତେ ବିଛା । ଘାତ ବାର- ବିଛା, ଧନୁ ଓ ମୀନ ରାଶିର ।

Aries

ମେଷ

Friday 21 Apr 2023

ଅଶ୍ୱନୀ- ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । ନୂତନ ଯାନ୍ତ୍ରିକ ଜିନିଷ କ୍ରୟକରିବା ପାଇଁ ମନ ବଳିବ ।

ଦ୍ୱିଜା- କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ ପ୍ରିୟ ବନ୍ଧୁଙ୍କ ଅନୁପସ୍ଥିତିରେ ଅଶାନ୍ତିବୋଧ କରିପାରନ୍ତି ।

କୃତିକା- କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ । କୈାଣସି ବଡ ବିନିଯୋଗ କରିବା ସହିତ ଆର୍ଥିକ ଅଭିବୃଦ୍ଧି ଘଟିବ ।  ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ।

ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ ।