• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th July 2023: ଆଜି ଏହି ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ, ନଚେତ୍‌....

ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଦିବା ୦୨.୫୮ ଗତେ ମୀନ । ତିଥି – ୭ମୀ ରାତ୍ରି ୦୮.୦୦ ଗତେ ଅଷ୍ଟମୀ । ଘାତ ଚନ୍ଦ୍ର – ଧନୁ ଅହୋରାତ୍ର । ଘାତ ବାର – ମେଷ ।

Aries

ମେଷ

Sunday 09 Jul 2023

ଅଶ୍ୱନୀ- ରାସ୍ତାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଧର୍ମକାର୍ଯ୍ୟ ସକାଶେ ସତ୍ ସଙ୍ଗୀଙ୍କ ପ୍ରେରଣା ମିଳିପାରେ।

ଦ୍ୱିଜା- ପରିବାରରେ ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ବିରକ୍ତ ଅନୁଭବ କରିପାରନ୍ତି। ଯଥା ସମୟରେ ସବୁ କାମ ସମ୍ପନ୍ନହେବାରୁ ମନ ଖୁସି ହୋଇଯିବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ।

କୃତିକା- ମନ ବୁଝିଲା ଭଳି କଥା କହି ପରକୁ ଆପଣେଇ ନେବା । କଳା, ସାହିତ୍ୟ, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହୋଇପାରନ୍ତି।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର -  ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ