• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Nov 2023: ଏହି ରାଶିର ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ଧନ ପାଇପାରନ୍ତି

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୧.୨୨ ଗତେ ସିଂହ । ତିଥି- ୯ମୀ ନିଶାନ୍ତ ୦୫.୫୧ ଗତେ ୧୦ମୀ । ଘାତ ଚନ୍ଦ୍ର- ଦିବା ୦୧.୨୨ ଗତେ କର୍କଟ ଓ ମକର ରାଶିର ଘାତ ବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Aries

ମେଷ

Monday 06 Nov 2023

ଅଶ୍ୱନୀ- କର୍ମକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଗତକାଲିଠାରୁ ଚେଷ୍ଟା କରୁଥିବା କାମଗୁଡିକ ଆଜି ଅପରାହ୍ଣରେ ଠିକ୍ ଭାବରେ ସମ୍ପନ୍ନ ହେବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ ।

ଦ୍ୱିଜା- ରାଜନୀତି, ସଭାସମିତି କାର୍ଯ୍ୟ ସକାଶେ ଆଲୋଚନା ଫଳପ୍ରଦ ହୋଇପାରେ । କେତେକ କ୍ଷେତ୍ରରେ ପର ପାଇଁ ଖଟିବାକୁ ପଡ଼ିପାରେ । ବନ୍ଧୁଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି ।

କୃତିକା- ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସଫଳତା ପାଇବେ । ଗୁରୁଜନଙ୍କ ସହମତିରେ କାମ କଲେ ଉପକୃତ ହେବେ । ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ।

ପ୍ରତିକାର - କେସରର ତିଲକ କପାଳରେ ଲଗାନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :