• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th September 2023: ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଧନଲାଭର ବଡ଼ ସୁଯୋଗ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର - ମୀନ ରାତ୍ରି ୦୯.୦୯ ଗତେ ମେଷ । ତିଥି - ପ୍ରତିପଦ ଦିବା ୧୨.୨୧ ଗତେ ୨ୟା । ଘାତ ଚନ୍ଦ୍ର - ଧନୁ ରାଶିର, ରାତ୍ରି ୦୯.୦୯ ଗତେ ମେଷ ରାଶି । ଘାତ ବାର- ବୃଷ, ସିଂହ ଓ କନ୍ୟା ।

Aries

ମେଷ

Saturday 30 Sep 2023

ଅଶ୍ୱନୀ-ନିଜ ଲୋକ ସାହାର୍ଯ୍ୟ କରିବେ । ଆର୍ôଥକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । କର୍ମ କ୍ଷେତ୍ରରେ ଉନ୍ନତିକର କାର୍ଯ୍ୟ କରିବେ ।

ଦ୍ୱିଜା- ବିଦ୍ୟାରେ ଶୁଭ ଯୋଗ ଓ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ । ପିଲା ମାନଙ୍କ ସହିତ ଖୁସିଗପ କରିବାର ମଉକା ପାଇବେ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ ରହିବ ।

କୃତିକା- ଜାଗା, ଜମି ଗୃହପୋକରଣ କ୍ରୟ କରିବେ । ନୂତନ କର୍ମ ଆରମ୍ଭ କରିବାର ସୁଯୋଗ ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ ।    

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର-୫ ଟି ନାଲି ମନ୍ଦାର ଫୁଲକୁ ସୁର୍ଯ୍ୟଦେବତାକୁ ଅର୍ପଣ କରନ୍ତୁ