• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th September 2023: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର –ମୀନ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୩.୨୭ ଗତେ ପ୍ରତିପଦ । ଘାତ ଚନ୍ଦ୍ର -ଧନୁ ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ ।

Aries

ମେଷ

Friday 29 Sep 2023

ଅଶ୍ୱନୀ- ନିଜ ଚତୁଃପାର୍ଶ୍ୱରେ ରହୁଥିବା ବ୍ୟକ୍ତିବିଶେଷଙ୍କ ସାହାଯ୍ୟ ଲାଭକରି ଆଶ୍ୱସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ଶୁଭକାର୍ଯ୍ୟରେ ଆତ୍ମୀୟଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି ।

ଦ୍ୱିଜା- ପ୍ରେମ ସମ୍ପର୍କ ତୀବ୍ର ହୋଇପାରେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ । 

କୃତିକା- ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି । ଜମିଜମା କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି ।  ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ