• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଳ ଯୋଗ, ପଡ଼ିଛି ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ୨ୟା ଦିବା ୦୮.୦୦ ଗତେ ୩ୟା ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ-୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୦୦ ପର୍ଯ୍ୟନ୍ତ ।

Aries

ମେଷ

Friday 29 Dec 2023

ଅଶ୍ୱନୀ- ପୁରାତନ ରୋଗର ଉପଶମ ପାଇଁ ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ବନ୍ଧୁ ମିତ୍ରଙ୍କ ସହ ମନୋରଞ୍ଜନ , ଭ୍ରମଣ ଫଳରେ ହସ ଖୁସିର ବାତାବରଣ ସୃଷ୍ଟି ହେବ । 

ଦ୍ୱିଜା- ସନ୍ତାନ ମାନେ ଉଚ୍ଚ ଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା ଥିବା ଲୋକ ଓ ଇର୍ଷା ପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କୃତ ହେବେ । 

କୃତିକା- ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ତାହା ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ ମନ ଖୁସୀ ହୋଇଯିବ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    

ପ୍ରତିକାର- ଅଶ୍ୱସ୍ଥ ବୃକ୍ଷ ମୂଳେ ଗୁଡ ଥୋଇ ପ୍ରଣାମ କରନ୍ତୁ