• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th July 2024: ଏହି ରାଶିର ବ୍ୟକ୍ତି ଆଜି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର,ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୮ମୀ ସନ୍ଧ୍ୟା ୦୭.୨୭ ଗତେ ୯ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Aries

ମେଷ

Sunday 28 Jul 2024

ଅଶ୍ୱନୀ- ବିବାହିତ ଜୀବନରେ ପ୍ରେମ ଏବଂ ଆକର୍ଷଣର ପରିସ୍ଥିତି ଦେଖାଯିବ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ବ୍ୟବସାୟରେ ପରିବର୍ତନ ଆଣିବା ସହିତ କିଛି ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି

ଦ୍ୱିଜା- କର୍ମକ୍ଷେତ୍ରରେ ସହକର୍ମୀ ମାନେ କୈାଶଳ କରି ଆପଣଙ୍କ ଠାରୁ କାର‌୍ୟ୍ୟ ହାସଲ କରିବାରେ ସକ୍ଷମ ହେବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁ ବାନ୍ଧବଙ୍କ, ଗୁରୁଜନଙ୍କ ପାଖରେ ଆଦୃତ ହେବେ ।

କୃତିକା- କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ

ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :