• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th August 2023: ଏହି ରାଶିର ବ୍ୟକ୍ତି ସାବଧାନ, ପଡ଼ିପାରନ୍ତି ବଡ଼ ସମସ୍ୟାରେ !

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି-୧୧ଶୀ ରାତ୍ରି ୦୯.୩୨ ଗତେ ୧୨ଶୀ । ଘାତ ଚନ୍ଦ୍ର-ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତ ବାର – ମେଷ

Aries

ମେଷ

Sunday 27 Aug 2023

ଅଶ୍ୱନୀ- ଘରକୁ ବନ୍ଧୁଙ୍କ ଆଗମନ ହେବ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ଜୀବନ ସାଥି କୌଣସି କାରଣରୁ ଆପଣଙ୍କର ପ୍ରଂଶସା କରିବେ । 

ଦ୍ୱିଜା- ଅଫିସ୍‌ରେ ସହକର୍ମୀ ଆପଣଙ୍କ ବିଚାର ଦ୍ୱାରା ପ୍ରଭାବିତ ହେବେ । ବେପାରରେ ବକେୟା ଅର୍ଥ ପାଇବେ । ସୁନା ଅଳଙ୍କାର କିଣିବା ଲାଗି ଭାବିବେ । ନୂଆ ଉଦ୍ୟୋଗି ଗଢିବା ପାଇଁ ଭାବିବେ ।

କୃତିକା- ରାଜନିତିରେ ଆର୍ଥୀକ ଲାଭ ମିଳିବ । ସାହିତ୍ୟିକଙ୍କ ଲାଗି ଦିନଟି ଭଲ ରହିବ । କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ନୂଆ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିପାରେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ