• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27 Dec 2023: ଏହି ରାଶିର ବ୍ୟକ୍ତିଙ୍କ ଆଜି ଦରମା ବଢ଼ିପାରେ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ପ୍ରତିପଦ ଅହୋରାତ୍ର । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ରାତ୍ରି ୧୧.୨୯ ଗତେ ୧ ପାଦ-କୁଟୁମ୍ବହାନୀ-ତିଳକାଞ୍ଚନ ଦାନ ।

Aries

ମେଷ

Wednesday 27 Dec 2023

ଅଶ୍ୱନୀ- ପରିବାର ଭିତରେ କୈାଣସି କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇପାରେ । ଅତ୍ୟଧିକ ଜିଦ୍ ଯୋଗୁଁ କୈାଣସି କାର୍ଯ୍ୟରେ ଅସଫଳତା ପାଇପାରନ୍ତି । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ।

ଦ୍ୱିଜା- ରାଜନୀତି କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ । କର୍ମଚାରୀ ମାନେ ପ୍ରମୋସନ ପାଇ ଖୁସି ହେବେ । ବିଦ୍ୟାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ ।

କୃତିକା- ମାଲିମକୋଦ୍ଦମାରେ ସଫଳତା ପ୍ରାପ୍ତି ହେବ । ମହିଳାମାନେ ପିଲାଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିବେ । ଆପଣଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ । ପରିଶ୍ରମର ସନ୍ତୋଷ ଜନକ ଫଳ ମିଳିବ ।

ପ୍ରତିକାର- ଗୋ ମାତାଙ୍କୁ କିଛି ଘାସ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :