ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଅହୋରାତ୍ର ,ତିଥି – ୬ଷ୍ଠୀ ଅହୋରାତ୍ର,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା , କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।
ଅଶ୍ୱନୀ- ଶ୍ୱାସ ଓ ହୃଦ ରୋଗୀ ମାନେ ବିଶେଷ ସତର୍କତା ରହିବା ଦରକାର । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ, ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ଫଳରେ ବ୍ୟବସାୟରେ ପରିବର୍ତନ କରିବାର ଇଚ୍ଛା ହେବ
ଦ୍ୱିଜା- ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ସାମାଜିକ ସ୍ଥିତି ବଜାୟ ରହିବ । ରାଜନୀତିଜ୍ଞ ମାନେ ଉଭୟ ସଂଗଠନ ଓ ଶାସନ କ୍ଷେତ୍ରରେ ସ୍ଥିତି ସାମାନ୍ୟ ଉନ୍ନତ ହେବ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର୍ୟ୍ୟ ହେବେ
କୃତିକା-ଆଇନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ବୈଜ୍ଞାନିକ ମାନେ ଗବେଷଣା କ୍ଷେତ୍ରରେ ଦୃତ ଅଗ୍ରଗତି କରିବେ
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯