• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22 Jan 2024: ଏହି ରାଶିର ବ୍ୟକ୍ତି ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି

ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଘାତଚନ୍ଦ୍ର- ବିଛା ରାଶିର ଦିବା ୦୪.୨୨ ଗତେ କନ୍ୟା ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୫୨ ପର୍ଯ୍ୟନ୍ତ ।

Aries

ମେଷ

Monday 22 Jan 2024

ଅଶ୍ୱନୀ- ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବେ । କର୍ମଧାରାରେ ଉନ୍ନତି ଆଣିବାକୁ ପଡିପାରେ । ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି ।

ଦ୍ୱିଜା- ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ମତାନ୍ତର ଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା ହେତୁ ମାନସିକ ସ୍ଥିତି ଭଲ ରହିନପାରେ ।

କୃତିକା-- ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହିପାରନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆତ୍ମୀୟମାନେ କ୍ରମଶଃ ଦୂରେଇ ଯିବେ । ଜମିଜମା ଏବଂ ପିଲାଙ୍କ କଥା ନେଇ ପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ ।

ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :