ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୬ଷ୍ଠୀ ସନ୍ଧ୍ୟା ୦୫.୩୦ ଗତେ ୭ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ତୁଳା ଓ କୁମ୍ଭ ରାଶିର ,ପୁଷ୍କର ଦୋଷ- ସନ୍ଧ୍ୟା ୦୫.୦୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
ଅଶ୍ୱନୀ- ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ ।
ଦ୍ୱିଜା- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସି୍ଥତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ ।
କୃତିକା- କୋର୍ଟକଚେରୀ ମାମଲାରେ ଚିନ୍ତାରେ ରହିବେ । କୌଣସି କାର୍ୟ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ଆର୍ଥିକ ସହୟତା ପାଇ ଅଫିସରେ କାମ କରିନେବେ ।
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯