• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th April 2024: ଆଜି ଏହି ରାଶିର ବ୍ୟକ୍ତି କ୍ରୀଡାକ୍ଷେତ୍ରରେ ସଫଳତା ପାଇବେ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ଶନିବାର । ଚନ୍ଦ୍ର- ସିଂହ ରାତ୍ରି ୦୮.୫୦ ଗତେ କନ୍ୟା,ତିଥି- ୧୨ଶୀ ରାତ୍ରି ୧୦.୪୧ ଗତେ ୧୩ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ରାତ୍ରି ୦୮.୫୦ ଗତେ ବୃଷ ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୦୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନଦାନ ରାତ୍ରି୧୦.୪୧ ଗତେ ୨ ପାଦ-କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ

Aries

ମେଷ

Saturday 20 Apr 2024

ଅଶ୍ୱନୀ- ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ । କଠିନ ଶ୍ରମଜନିତ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ ।

ଦ୍ୱିଜା- ଛାତ୍ରଛାତ୍ରୀ ମାନେ ପଢାରେ କଷ୍ଟ କରିବେ । ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ରାଜନିତିରେ ଛୋଟ କଥାକୁ ବଡ କରି ବିବାଦ ଲାଗିପାରେ । ଅର୍ଥ ସାହାଯ୍ୟ ସମ୍ବନ୍ଧରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ ।

କୃତିକା- କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ । ଅଧିକ ମୂଲ୍ୟ ଦେଇ ଜମି କିଣିବେ । ଶତୃଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି

ପ୍ରତିକାର- ଗରିବ ଲୋକଙ୍କୁ ଖାଦ୍ୟ ଏବଂ ବସ୍ତ୍ର ଦାନ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :