• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Feb 2024: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ନିବେଶ କରନ୍ତୁ ଖୁବ୍‌ ଲାଭ ପାଇବେ...

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ରବିବାର । ଚନ୍ଦ୍ର- ବୃଷ ରାତ୍ରି ୦୯.୫୪ ଗତେ ମିଥୁନ । ତିଥି-୯ମୀ ଦିବା ୦୮.୧୫ ଗତେ ୧୦ମୀ । ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Aries

ମେଷ

Sunday 18 Feb 2024

ଅଶ୍ୱନୀ- କୈାଣସି କଥାକୁ ନେଇ ଭାବୁକ ରହିବେ । ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ । ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବେ । 

ଦ୍ୱିଜା- ଅଫିସ୍‌ରେ ଆପଣଙ୍କ କାମରେ ଖୁସି ହୋଇ କର୍ତୁପକ୍ଷ ଉପହାର ଦେବେ । ଅନ୍ୟମାନଙ୍କ ଆଗରେ ଆପଣଙ୍କର ଛବି ଭଲ ରହିବ । ରାଜନୀତିରେ ବିରୋଧୀ ମାନଙ୍କର ଦୃଢ ମୁକାବିଲା କରିବେ ।

କୃତିକା- ମହିଳା ମାନଙ୍କର ଦିନଟି ଶୁଭ ରହିବ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ଶାରୀରିକ ସମସ୍ୟା ଅଧ୍ୟୟନରେ ବାଧା ସୃଷ୍ଟି କରିପାରେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର-ମହାଦେବଙ୍କ ପୂଜା କରନ୍ତୁ