• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th August 2023: ଖୁସି ଖବର ! ଏହି ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ୍‌ ଭଲ ଦିନ.. ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତି ସ୍ୱଚ୍ଛଳ

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି-୨ୟା ରାତ୍ରି ୦୮.୦୧ ଗତେ ୩ୟା । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ

Aries

ମେଷ

Friday 18 Aug 2023

ଅଶ୍ୱନୀ- କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ। କଠିନ ପରିଶ୍ରମ କରି ବ୍ୟବସାୟକୁ ଲାଭବାନ୍ କରାଇବେ । ଭୁଲ୍ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ସାମାନ୍ୟ ତିକ୍ତତା ଦେଖାଦେଇପାରେ । 
ଦ୍ୱିଜା- ନିଜର ଅନ୍ୟମନସ୍କତା ପାଇଁ କର୍ମ କ୍ଷେତ୍ରରେ କୌଣସି ଭୁଲ୍ କାର୍ଯ୍ୟ କରିପାରନ୍ତି । ଶିକ୍ଷୟିତ୍ରୀମାନେ ଉଚ୍ଚ ଫଳ ପ୍ରାପ୍ତ କରିବେ । ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

କୃତିକା- ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କଳା, ସାହିତ୍ୟ, ରଚନାତ୍ମକ କାର୍ଯ୍ୟରେ ପ୍ରତିଦ୍ୱନ୍ଦ୍ୱିତା କଲେ ମଧ୍ୟ ସଫଳତା ପାଇବେ । ନୂତନ ଯାନବାହନ କ୍ରୟ କରିବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର-୫ଟି ନାଲି ମନ୍ଦାର ଫୁଲକୁ ସୁର୍ଯ୍ୟଦେବତାକୁ ଅର୍ପଣ କରନ୍ତୁ