ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର – ମୀନ ପ୍ରାତଃ ୦୭.୩୯ ଗତେ ମେଷ ତିଥି – ୧୩ଶୀ ରାତ୍ରି ୧୦.୨୮ ଗତେ ୧୪ଶୀ ଘାତ ଚନ୍ଦ୍ର – ଧନୁ ପ୍ରାତଃ ୦୭.୩୯ ଗତେ ମେଷ ଘାତ ବାର – କର୍କଟ ପୁଷ୍କର ଦୋଷ – ନାସ୍ତି
ଅଶ୍ୱନୀ– ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ଉନ୍ନତି ଦେଖାଦେବ । ପାରିବାରିକ କ୍ଷେତ୍ରରେ ପାରିପାଶ୍ୱିକ ପରିସ୍ଥିତି ଭଲ ରହିବାରୁ ଖୁସି ରହିବେ । ଭୈାତିକ ଓ ଆଧାତ୍ମିକ ମାମଲାରେ ବ୍ୟସ୍ତ ରହି ପାରନ୍ତି
ଦ୍ୱିଜା- ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପରିଶ୍ରମୀ ହେବେ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମରେ ଅବହେଳା କରିବେ ନାହିଁ
କୃତିକା- କଚେରି ମାମଲା କାରଣରୁ ଉଦ୍ବେଗ ବୃଦ୍ଧି ପାଇବ । ମହିଳା ମାନେ ସମସ୍ୟାରେ ରହିବ । ନିଜର ଚତୁରତା, ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ
ପ୍ରତିକାର- ହନୁମାନଙ୍କର ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯