ସୌର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୮ମୀ ରାତ୍ରି ୦୯.୫୩ ଗତେ ୯ମୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମେଷ ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଅଶ୍ୱନୀ- ପରିବାରରେ ଲୋକ ଆପଣଙ୍କ କଥାକୁ ସହମତି ଦେବେ । ଶାରୀରିକ ସୁସ୍ଥତା ବଜାଇ ରଖିବା ସହିତ ଯନ୍ତ୍ରଣାରୁ ମୁକ୍ତି ପାଇବେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ ।
ଦ୍ୱିଜା- ଋଣ ନେଇ କିମ୍ବା ଅନ୍ୟ କୌଣସି ଉପାୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାରେ ଅସୁବିଧା ହୋଇପାରେ । ଧୈର୍ଯ୍ୟ ଓ ବୁଦ୍ଧି ବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ନୂଆ ଜ୍ଞାନର ବୃଦ୍ଧି ହେବ ।
କୃତିକା- ହଠାତ୍ ଉପୁଜୁଥିବା କ୍ରୋଧକୁ ଆୟତ୍ତରେ ରଖନ୍ତୁ । ବିଶିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ । ଭାବିଥିବା କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ । ଜୀବନରେ ନୂଆ ସଂକେତ ମିଳିପାରେ ।
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯