ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ ଗୁରୁବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି- ୬ଷ୍ଠୀ ଦିବା ୧୦.୧୩ ଗତେ ୭ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଅଶ୍ୱନୀ- ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ପାରିବାରିକ ଜୀବନରେ ପ୍ରଣୟ ଭଙ୍ଗର ସୂଚନା ମିଳିବ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ ।
ଦ୍ୱିଜା- ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଛାତ୍ର ଛାତ୍ରୀ ମାନେ ବନ୍ଧୁଙ୍କ ସହଯୋଗରେ ଆଗକୁ ଆଗେଇ ଚାଲିବେ । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
କୃତିକା- ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ମାଲିମକଦ୍ଦମାରେ ସଫଳତା ମିଳିବ । ରାଜନିତିରେ ଆଶା କରିଥିବା ଖବର ପାଇ ଖୁସୀ ହୋଇ ଯିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ