• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ବର୍ଷାର ଯୋଗ ରହିଛି

ସୌର ମକରମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ  ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୩ୟା ଦିବା ୦୮.୦୦ ଗତେ ୪ର୍ଥୀ (କ୍ଷୟ) ନିଶାନ୍ତ ୦୪.୫୯ ଗତେ ୫ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Aries

ମେଷ

Sunday 14 Jan 2024

ଅଶ୍ୱନୀ- ପାରିବାରିକ ସ୍ଥିତି ଭଲ ରହିବା ସହ ଅର୍ଥନୈତିକ ପ୍ରଗତି ସାମୁହିକ ଜୀବନ ଯାତ୍ରାକୁ ସୁଖମୟ କରିବ । ଆଶା ଓ ଆଶଙ୍କା ମଧ୍ୟରେ ସମୟ କଟାଇବା ସାଙ୍ଗକୁ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । 

ଦ୍ୱିଜା- ବନ୍ଧୁମାନଙ୍କ ସହ ଆଲୋଚନା କରି ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ କୌଣସି ଯୋଜନା କରିବେ । ହାତକୁ ନେଇଥିବା କାମ ଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବାରେ ପ୍ରତିବନ୍ଧକ ରହିବ ନାହିଁ ।

କୃତିକା- ପୈତୃକ ସମ୍ପତି କୁ କେନ୍ଦ୍ର କରି ଟଣାଓଟରା ଦେଖାଦେଇପାରେ । ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର -ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ