Advertisment

Weekly Horoscope From 9th February 2026 To 15th February 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ।

author-image
Deepak Acharya
weekly horoscope

ମେଷ-
ଆର୍ଥିକ ବୃଦ୍ଧି ହେବା ଫଳରେ ସ୍ଥାନମାନ ପ୍ରତି ବିପଦ କଟିଯିବ । ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂରହୋଇ ବର୍ତମାନ ସୁଖର ସ୍ୱପ୍ନ ଦେଖିପାରିବେ । ସମସ୍ତ କ୍ଷେତ୍ରରେ ଜୟଜୟକାର ହେବ । ଅଳ୍ପ ପରିଶ୍ରମରେ ଅଧିକ ଧନ ଲାଭ ହେବ । ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ । ସବୁଥିରେ ସଫଳତା ମିଳି ସମସ୍ତ ଚିନ୍ତା ଦୂର ହେବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ । ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ନିର୍ମାଣଧୀନ କାମରେ, ଯୋଗାଯୋଗ, ବୟବସାୟିକ,କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ । ପୁରୁଣା ଦିନର ରାଗ ଶୁଝାଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । ଆବଶ୍ୟକତା ପୂରଣ ସକାଶେ କରଜ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର- ହନୁମାନଙ୍କ ପୂଜା ସହିତ ଚାଳିସା ପାଠ କରନ୍ତୁ

Advertisment

ବୃଷ-
ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ । କେତେକ କ୍ଷେତ୍ରରେ ବନ୍ଧୁ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ଶିକ୍ଷାକ୍ଷେତ୍ରରେ ରୁଚି ବୃଦ୍ଧି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହେବ । ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରି ପାରିବେ । 
ଶୁଭରଙ୍ଗ- ଧଳା  ଏବଂ  ଶୁଭ ସଂଖ୍ୟା- ୬
ପ୍ରତିକାର- କୌଣସି ଦୃଷ୍ଟିବାଦିତ ଲୋକଙ୍କୁ ସାହାଯ୍ୟ କରନ୍ତୁ ।     

ମିଥୁନ-
ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ବ୍ୟବସାୟ ରେ ସମସ୍ୟା ବଡ ଆକାର ଧାରଣ କରିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା ସମାଧାନ ସକାଶେ ଅନ୍ୟର ପରାମର୍ଶକୁ ଗ୍ରହଣ କରିବାକୁ ଶ୍ରେୟସ୍କର ମନେ କରିବେ । ସମସ୍ୟା ଲାଗି ରହିଥିଲେ ମଧ୍ୟ କାମଗୁଡିକୁ ସମ୍ପନ୍ନ କରିବେ ।
ଶୁଭ ରଙ୍ଗ-ସବୁଜ ଏବଂ  ଶୁଭ ସଂଖ୍ୟା-୫
ପ୍ରତିକାର-ତ୍ରିପୁରା ସୁନ୍ଦରୀଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

Advertisment

କର୍କଟ-
ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବା ସହ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହୋଇ ସମ୍ମାନିତ ହେବେ । ଶତୃମାନେ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡିକରେ ସମସ୍ୟା ସମାଧାନ ହୋଇଯିବ । 
ଶୁଭରଙ୍ଗ- ଧଳା  ଏବଂ  ଶୁଭ ସଂଖ୍ୟା- ୨    
ପ୍ରତିକାର- ପ୍ରତିଦିନ ନିଜ ମାତାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ । 

ସିଂହ-
ବ୍ୟବସାୟ କ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଲେ ମଧ୍ୟ ନିଜର ପ୍ରତିପତି ବିସ୍ତାର କରି ପାରିବେ । ପରିବାରରେ ସମୟ ବିତେଇବେ ଓ ଗୃହରେ ଶୁଭ କାର୍ଯ୍ୟ ମଧ୍ୟ ହୋଇ ପାରେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଶତ୍ରୁଙ୍କ ସହିତ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବା ସହ ବନ୍ଧୁମିତ୍ର ଓ ସହଯୋଗୀଙ୍କ ଦ୍ୱାରା ଆଶାତୀତ ସହଯୋଗ ମିଳିବ । ଘରୁ ବାହାରକୁ ବାହାରିଲେ ବିପଦରେ ପଡି ପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ମଧ୍ୟରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ଆର୍ଥିକ ଅନଟନକୁ ଦୂରେଇବାରେ ପଡୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ । ହୋଟେଲ ଶିଳ୍ପ, ଲୌହ, ଷ୍ଟେସନାରୀ ବ୍ୟବସାୟରେ ଲାଭବାନ୍ ହେବେ । ଶୁଭ ରଙ୍ଗ- ନାରଙ୍ଗୀ ଏବଂ  ଶୁଭ ସଂଖ୍ୟା-୧
ପ୍ରତିକାର-ମାତଙ୍ଗୀ ଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ କରି ପଦୋନ୍ନତି ପାଇବେ । ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ । ନୂତନ ଗୃହସୁଖ ଓ ଯାନବାହାନ ସୁଖ ମିଳିବ । ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ ।  ଜନ ସମ୍ପର୍କ ବୃଦ୍ଧି ପାଇବ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ । 
ଶୁଭରଙ୍ଗ- ସବୁଜ  ଏବଂ  ଶୁଭ ସଂଖ୍ୟା- ୫ 
ପ୍ରତିକାର- ବିଷ୍ଣୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ତୁଳା-
ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା  ପ୍ରତିପତି ବୃଦ୍ଧି ପାଇବ । ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ । ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । କାରବାରରେ ଉନ୍ନତି ହେବା ଫଳରେ ବ୍ୟବସାୟରେ ପରିବର୍ତନ କରିବାର ଇଚ୍ଛା ଜାଗ୍ରତ ହେବ । ଅତି ନିକଟତର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟି ହେବ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ପ୍ରକାଶ କରିପାରିବେ ନାହିଁ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ନିଶ୍ଚିତ ସଫଳତା ଅର୍ଜନ କରିବେ । କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । 
ଶୁଭ ରଙ୍ଗ-ଧଳା ଏବଂ  ଶୁଭ ସଂଖ୍ୟା-୬
ପ୍ରତିକାର-ପର୍ଶୁରାମଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ

ବିଛା-
ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଗୃହରେ ସୁଖ ଶାନ୍ତି ବଜାୟ ରହିବ । ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ଶୁଭ ସମ୍ବାଦ ପାଇ ଶ୍ରୀଘ୍ର ଯାତ୍ରା କରିବାକୁ ପଡିବ । ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟ ହୋଇଯିବ । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ । 
ଶୁଭରଙ୍ଗ- ଲାଲ୍   ଏବଂ  ଶୁଭ ସଂଖ୍ୟା- ୯ 
ପ୍ରତିକାର- ହନୁମାନଙ୍କ ମନ୍ଦିରରେ ପେଡା ଭୋଗ ଲଗାନ୍ତୁ ।

ଧନୁ-
ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ହେତୁ ମନୋବଳ ହ୍ରାସ ପାଇବ । ଶିଳ୍ପ, ବାଣିଜ୍ୟ ତଥା ପରିବହନ କ୍ଷେତ୍ରରେ ସ୍ଥଗିତ କାମକୁ ପୂରା କରିବେ । ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସବୁଥିରେ ସଫଳତା ମିଳି ସମସ୍ତ ଚିନ୍ତା ଦୂର ହେବ । ଅଳ୍ପ ପରିଶ୍ରମରେ ଅଧିକ ଲାଭ ହେବ । ପରୋପକାର ଓ ସମାଜସେବା କାର୍ଯ୍ୟରେ  ରୁଚି ବୃଦ୍ଧି ହେବ । ଭାଇଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହୋଇ ପରାକ୍ରମ ବଢିବା ସହ ପରିବାରରେ ସୁଖଶାନ୍ତି ଅନୁଭବ କରିବେ । ଅଟକଯାଇଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା-୩
ପ୍ରତିକାର- ମା ତାରା ଙ୍କ ପୂଜା କରନ୍ତୁ

ମକର-
ଜମିଜମା କାରବାର, ରାଜନୀତି ଆନୁଷ୍ଠାନିକ କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଆଲୋଚନା ପରିସରରେ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି । ସନ୍ତାନ ମାନେ ବିଦ୍ୟାରେ ଉନ୍ନତି କରିବେ । କ୍ରିଡା,ପ୍ରତିଦ୍ୱନ୍ଦିତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ । ପରିବାର ସମ୍ପର୍କୀୟ ଜମିବାଡି ନେଇ କେତେକ ସମସ୍ୟା ସହଜରେ ସମାଧାନ ହେବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । 
ଶୁଭରଙ୍ଗ- ନୀଳ  ଏବଂ  ଶୁଭ ସଂଖ୍ୟା- ୮ 
ପ୍ରତିକାର- ଦକ୍ଷିଣକାଳିଙ୍କର ମନ୍ଦିର ଦର୍ଶନ କରନ୍ତୁ ।

କୁମ୍ଭ-
ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିବେ। ପାରଷ୍ପରିକ ସହାନୁଭୂତି ମାଧ୍ୟମରେ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଚେଷ୍ଟା କରୁଥିବା କାମରେ, କଚେରି ମାମଲାରେ, ଜମିଜମା ବିବାଦରେ, ଉପକୃତ ହେବ ଅଯଥା ତରତର ନ ହୋଇ ବିବେକ ବୁଦ୍ଧି ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ୍ । ଅଧ୍ୟୟନରେ ମନ୍ଥର ହେବା ଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । କର୍ମକ୍ଷେତ୍ରରେ ମାନସିକ ଦୁର୍ବଳତା ସହିତ ସାମୟିକ ବିଭ୍ରାନ୍ତି ଜନିତ ଆଳସ୍ୟଭାବ ଦେଖାଦେଇପାରେ । 
ଶୁଭ ରଙ୍ଗ-ନୀଳ ଏବଂ  ଶୁଭ ସଂଖ୍ୟା-୮
ପ୍ରତିକାର-ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ-
ପ୍ରେମିକ ପ୍ରେମିକା ମାନେ ଅଧିକ ବିଶ୍ୱାସୀ ହୋଇପାରନ୍ତି । ପାରିବାରିକ ଅଶାନ୍ତି ଦୂରେଇ ଯାଇ ସୁଖଶାନ୍ତି ବୃଦ୍ଧି ହେବ । ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ସାମାଜିକ ସ୍ତରରେ ଉଚ୍ଚ ସମ୍ମାନ ପାଇବା ସହ ବନ୍ଧୁ ବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ । 
ଶୁଭରଙ୍ଗ- ହଳଦିଆ  ଏବଂ  ଶୁଭ ସଂଖ୍ୟା- ୩
ପ୍ରତିକାର- ସକାଳୁ ସବୁଦିନ ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ ।

Weekly Horoscope Horoscope
Advertisment
Related Articles
Advertisment