Advertisment

Lunar Eclipse Today: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ସନ୍ଧ୍ୟାରେ ଘାତ କାଳ ଶେଷ

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ। ପୂର୍ଣ୍ଣ ଗ୍ରହଣ ଗ୍ରାସ ଅବଧି ୫୬ ମିନିଟ୍ ୦୬ ସେକେଣ୍ଡ ରହିଛି।

Lunar Eclipse

Lunar Eclipse Photograph: (OTV)

Advertisment

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ। ପୂର୍ଣ୍ଣ ଗ୍ରହଣ ଗ୍ରାସ ଅବଧି ୫୬ ମିନିଟ୍ ୦୬ ସେକେଣ୍ଡ ରହିଛି। ସନ୍ଧ୍ୟା ୬ଟା ୪୭ ମିନିଟରେ ଗ୍ରହଣ ସର୍ବମୋକ୍ଷ। ଆଜି ସକାଳ ୬ଟା ୪ ମିନିଟରୁ ହାଣ୍ଡି ଛାଡ଼ ହେବ। ଏଥର ହାଣ୍ଡି ଛାଡ଼ ଅବଧି ପ୍ରାୟ ୧୩ ଘଣ୍ଟାରୁ ଅଧିକ ରହିଛି। 

Advertisment

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣର ଘାତ କାଳ ସମୟକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଘାତ ସମୟ ଆରମ୍ଭ ହେବ। ତେଣୁ ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରିବା ଅନୁଚିତ । ସକାଳ ୬.୨୦ରେ ଘାତ କାଳ ଆରମ୍ଭ ହେଉଥିବା ବେଳେ ସନ୍ଧ୍ୟା ୬.୪୬ରେ ଘାତ କାଳ ଶେଷ ହେବ । 

ଏହି ସମୟ ମଧ୍ୟରେ ଦେବପୂଜା ଓ ପାକନିଷେଧ କରାଯାଇଛି । ଜ୍ୟୋତିର୍ବିଦଙ୍କ ଅନୁସାରେ ମେଷ, ମିଥୁନ, ସିଂହ, ବିଛା, ତୁଳା, ଧନୁ, ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗ୍ରହଣ ଦର୍ଶନ ଅତି ଶୁଭ। ମକର, ବୃଷ, କର୍କଟ, କନ୍ୟା ରାଶି ପାଇଁ ଗ୍ରହଣ ଦର୍ଶନ ମହାବିପଦ ବୋଲି କୁହାଯାଇଛି।

Advertisment
Lunar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ