/odishatv-khabar/media/media_files/2026/02/22/lunar-eclipse-of-the-year-2026-02-22-13-21-28.jpg)
Lunar Eclipse of the Year Photograph: (OTV)
ଆସନ୍ତା ୩ ତାରିଖ ଫାଲଗୁନ ପୂର୍ଣ୍ଣିମା, ଅର୍ଥାତ୍ ଦୋଳ ପୂର୍ଣ୍ଣିମା ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆକାଶରେ ଦେଖାଦେବ। ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେବେ କେତେବେଳେ ଗ୍ରହଣ ଲାଗିବ ଓ କେତେବେଳେ ହେବ ସର୍ବମୋକ୍ଷ ଏନେଇ ସଭିଙ୍କ ମନରେ ପ୍ରଶ୍ନ।
ତେବେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ଅନୁମୋଦିତ ପଞ୍ଜିକା ଅନୁସାରେ, ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ତାରିଖ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ସମୁଦାୟ ଗ୍ରହଣ ସମୟ ୩ ଘଣ୍ଟା ୨୭ ମିନିଟ୍ ଓ ପୂର୍ଣ୍ଣ ଗ୍ରାସ ସମୟ ପ୍ରାୟ ୫୯ ମିନିଟ୍ ରହିବ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହଣ ଆରମ୍ଭର ୯ ଘଣ୍ଟା ପୂର୍ବରୁ ଘାତ କାଳ ଆରମ୍ଭ ହୁଏ। ସେହି ଅନୁସାରେ ୩ ତାରିଖ ସକାଳ ୬ଟା ୨୦ ମିନିଟ୍ ରୁ ଘାତ ସମୟ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪୬ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଶୁଭ କାର୍ଯ୍ୟ, ପୂଜା, ନୂତନ କାମ ଆରମ୍ଭ କରିବା ଅନୁଚିତ ବୋଲି ଶାସ୍ତ୍ରୀୟ ମାନ୍ୟତା ରହିଛି। ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଶ୍ଚିମବଙ୍ଗ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଓ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳରେ ସ୍ପଷ୍ଟ ଦୃଶ୍ୟମାନ ହେବ। ଓଡିଶାରେ ବି ଏହା ଦୃଶ୍ୟମାନ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)