Advertisment

Youth's Death Sparks Highway Blockade: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ଅବରୋଧ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଓ କ୍ଷତି ପୂରଣ ଦାବିରେ ବ୍ରହ୍ମପୁର-ଭଞ୍ଜନଗର ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ।

Accident

Accident Photograph: (OTV)

Advertisment

ମୃତଦେହ ରଖି ରାସ୍ତା ଅବରୋଧ। ଗଞ୍ଜାମ ଭଞ୍ଜନଗର ଥାନା ଜିଲୁଣ୍ଡି ଗାଁ ନିକଟରେ ରାସ୍ତାରୋକ। ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଓ କ୍ଷତି ପୂରଣ ଦାବିରେ ବ୍ରହ୍ମପୁର-ଭଞ୍ଜନଗର ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ। ମୃତକ ହେଲେ ଗୁଡ଼ିଆମ୍ବା ଗାଁର ଅଚ୍ୟୁତାନନ୍ଦ ସାହୁ ।

Advertisment

ସୂଚନା ମୁତାବକ ଗତ ୨୯ ତାରିଖରେ ମଳାସ ପଦର୍ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଦୁଇ ଦିନ ତଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପରେ ପ୍ରଶାସନର ପ୍ରତିଶ୍ରୁତି ମିଳିବା ପରେ ହଟିଥିଲା ରାସ୍ତାରୋକ।

Advertisment

Bhanjanagar Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ