Advertisment

Accident: ଭୟଙ୍କର ଦୁର୍ଘଟଣା; ଗଛରେ ପିଟି ହେଲା ବାଇକ୍, ୨ ମୃତ

ଗଛରେ ପିଟି ହେଇ ୨ ମୃତ। ନୟାଗଡ଼ ଭାପୁରରେ ଘଟିଛି ଦୁର୍ଘଟଣା। ମୃତ ଯୁବକ ୨ ଜଣ ହେଲେ ଭାପୁର ବ୍ଲକର। ବାଇକରେ ଯାଉଥିବା ବେଳେ ଗଛକୁ ଧକ୍କା ଦେଲେ।

Accident

Accident Photograph: (OTV)

Advertisment

ଗଛରେ ପିଟି ହେଲା ବାଇକ୍, ଦୁଇ ମୃତ। ନୟାଗଡ଼ ଭାପୁରରେ ଘଟିଛି ଦୁର୍ଘଟଣା। ମୃତ ଯୁବକ ୨ ଜଣ ହେଲେ ଭାପୁର ବ୍ଲକର କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର ବିଶ୍ବାଳ। ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗାଁରୁ କଳଟାଙ୍ଗୀ ଗାଁକୁ ଯାଉଥିବା ବେଳେ ଭାରସ୍ୟାମ ହରାଇ ରାସ୍ତା ପାଖ ଗଛରେ ମାଡ଼ ହୋଇ ଛିଟିକି ପଡ଼ିଥିଲେ। 

Advertisment

ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଖବରପାଇ ଖଣ୍ଡପଡ଼ା ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

2 Killed In Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ