Spain train accident Photograph: (OTV)
ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ପିଟିହେଲେ ୨ଟି ହାଇସ୍ପିଡ୍ ଟ୍ରେନ୍। ଏଥିରେ ୨୧ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଶତାଧିକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଗୋଟିଏ ଟ୍ରେନ୍ ଲାଇନଚ୍ୟୁତ ହୋଇ ବିପରୀତ ଦିଗରୁ ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନ ଉପରେ ଚଢ଼ିଗଲା।
ହରର ଫିଲ୍ମ ଭଳି ଥିଲା ଟ୍ରେନ୍ ଦୁର୍ଘଟଣା। ଏତେ ଜୋରରେ ଧକ୍କା ହୋଇଥିଲା ଯେ ବଗି ଉପରେ ଚଢ଼ି ଯାଇଥିଲା ଆଉ ଗୋଟିଏ ଟ୍ରେନର ବଗି। ଏହି ଦୁର୍ଘଟଣା ଭାରତୀୟ ସମୟ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ହୋଇଥିଲା। ସ୍ପେନର କୋରଡୋବା ନିକଟରେ ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ହୋଇଛି।
ମାଲଗାରୁ ମାଦ୍ରିଦ ଯାଉଥିବା ହାଇସ୍ପିଡ୍ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଏତିକିବେଳେ ବିପରୀତ ଦିଗରୁ ଅନ୍ୟ ଟ୍ରାକରେ ଆସୁଥିବା ମାଦ୍ରିଦ-ହୁଏଲଭା ଟ୍ରେନକୁ ଯାଇ ଜୋରରେ ଦେଇଥିଲା ଧକ୍କା। ଦୁଇଟି ଟ୍ରେନରେ ପ୍ରାୟ ୫୦୦ ଯାତ୍ରୀ ଥିବା କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ ଟ୍ରେନ୍ ଲାଇନଚ୍ୟୁତ ହେଲା କାରଣ ଅସ୍ପଷ୍ଟ ରହିଛି।
ପିଟିହେଲା ୨ଟି ଟ୍ରେନ୍, ୨୧ ମୃତ
ବାହାନଗା ଷ୍ଟାଇଲରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା
ସ୍ପେନରେ ମୁହାଁମୁହିଁ ପିଟିହେଲେ ୨ଟି ହାଇସ୍ପିଡ୍ ଟ୍ରେନ୍
୨୧ ଯାତ୍ରୀଙ୍କର ମୃତ୍ୟୁ, ଶତାଧିକ ଆହତ
ପ୍ରଥମେ ଗୋଟିଏ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା
ବିପରୀତ ଦିଗରୁ ଆସୁଥିବା ଟ୍ରେନକୁ ଧକ୍କା ଦେଇଥିଲା
ଟ୍ରେନ୍ ବଗି ଉପରେ ଚଢ଼ିଗଲା ବଗି
ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା
ଦୁଇଟି ଟ୍ରେନରେ ପ୍ରାୟ ୫୦୦ ଯାତ୍ରୀ ଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/19/spain-train-accident-2026-01-19-07-57-59.jpg)