Train Derailment Photograph: (OTV)
ବୁଧବାର ଥାଇଲ୍ୟାଣ୍ଡରେ ଏକ ନିର୍ମାଣାଧୀନ ହାଇ-ସ୍ପିଡ୍ ରେଳ ବ୍ରିଜ୍ ରେ ଥିବା ଏକ କ୍ରେନ୍ ଯାତ୍ରୀବାହୀ ଟ୍ରେନ୍ ଉପରେ ପଡ଼ିଯିବାରୁ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଆଜି ସକାଳ ୯ଟା ୫ରେ ବ୍ୟାଙ୍କକ୍ ଠାରୁ ପ୍ରାୟ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ନାଖୋନ୍ ରତଚାସିମା ପ୍ରୋଭିନ୍ସର ଶିଖିଓରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନଟି ବ୍ୟାଙ୍କକରୁ ଉବୋନ ରାଚଥାନି ପ୍ରଦେଶକୁ ଯାତ୍ରା କରୁଥିଲା। ହଠାତ୍ ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ଉପରୁ ଖସିପଡ଼ିଥିଲା।
କ୍ରେନ୍ ଭୁଶୁଡ଼ି ପଡ଼ି ଟ୍ରେନ୍ ଉପରେ ପଡିବା ଫଳରେ ଯାତ୍ରୀବାହୀ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଥିଲା। ଲାଇନଚ୍ୟୁତ ହେବା ପରେ ଟ୍ରେନରେ ନିଆଁ ଲାଗିଯାଇଥିଲା। ଏଥିରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଆହୁରି କହିଛି ଯେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଜରୁରୀକାଳୀନ ସେବା ଏବଂ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସହ ଆହତମାନଙ୍କୁ ଉଦ୍ଧାର କରାଯାଇଛି।
ଥାଇଲାଣ୍ଡରେ କ୍ରେନ୍ ଖସିପଡ଼ିବାରୁ ଟ୍ରେନ୍ ଲାଇନ୍ଚ୍ୟୁତ; ୨୨ ମୃତ
ଟ୍ରେନ୍ ଲାଇନ୍ଚ୍ୟୁତ ହେବାରୁ ୨୨ ମୃତ, ୩୦ରୁ ଅଧିକ ଗୁରୁତର
ନାଖୋନ୍ ରତଚାସିମା ପ୍ରୋଭିନ୍ସରେ ବଡ଼ ଟ୍ରେନ୍ ଦୁର୍ଘଟଣା
ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ହଠାତ୍ ଉପରୁ ଖସିପଡ଼ିଥିଲା
ଲାଇନଚ୍ୟୁତ ହୋଇ ଟ୍ରେନ୍ରେ ନିଆଁ ଲାଗିଥିଲା, ଉଦ୍ଧାର କାମ ଜାରି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/train-derailment-2026-01-14-11-22-41.jpg)