Advertisment

Several killed after explosion: ନ୍ୟୁ ଇୟର୍ ପାର୍ଟିରେ ଭୟଙ୍କର ବମ୍ ବ୍ଲାଷ୍ଟ, ଜୀଅନ୍ତା ଜଳିଗଲେ ଅନେକ

କ୍ରାନ୍ସ-ମୋଣ୍ଟାନାର ସ୍କି ରିସର୍ଟ ସହରରେ ଏକ ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି ବୋଲି ପୋଲିସ କହିଛି।

Blast

Blast Photograph: (OTV)

Advertisment

ନୂଆ ବର୍ଷରେ ପୂରା ଉତ୍ସବରେ ମସଗୁଲ ଥିଲେ ଲୋକେ। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଚାଲିଥିଲା ପାର୍ଟି। ହେଲେ ଏହି ମୁହୂର୍ତ୍ତରେ କେହି କିଛି ବୁଝିବା ଆଗରୁ ହୋଇଥିଲା ଭୟଙ୍କର ବିସ୍ଫୋରଣ। ମାତମ୍‌ରେ ପରିଣତ ହୋଇଥିଲା ଉତ୍ସବର ମାହୋଲ। ସେଲିବ୍ରେସନ୍ ଚାଲିଥିବା ବେଳେ ବମ୍ ବ୍ଲାଷ୍ଟ ହୋଇ ଜୀଅନ୍ତା ଜଳିଗଲେ ଅନେକ ଲୋକ। 

Advertisment

ସ୍ବିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନାର ବିଳାସପୂର୍ଣ୍ଣ ଆଲପାଇନ୍ ସ୍କି ରିସର୍ଟ ସହରର ଏକ ବାରରେ ବିସ୍ଫୋରଣ ଘଟି ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟମାନେ ଆହତ ହୋଇଛନ୍ତି। ତେବେ ବିସ୍ଫୋରଣ କେମିତି ହେଲା, କିଏ ଘଟାଇଲା ଓ କାଉଁ କାରଣ ପାଇଁ ସେ ବିଷୟରେ କିଛି ବି ଜଣା ପଡିନାହିଁ। ତଦନ୍ତ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ଜଣା ପଡିନାହିଁ। ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଉଛି।

ଦକ୍ଷିଣ-ପଶ୍ଚିମ ସ୍ୱିଜରଲ୍ୟାଣ୍ଡର ୱାଲିସ୍ କ୍ୟାଣ୍ଟନର ଜଣେ ପୋଲିସ ମୁଖପାତ୍ର ଗାଏଟାନ୍ ଲାଥିଅନ୍ କହିଛନ୍ତି, “ନୂଆ ବର୍ଷରେ ଆନନ୍ଦ ଉଲ୍ଲାସ କରୁଥିବା ବେଳେ ଲୋକପ୍ରିୟ ଲେ କନଷ୍ଟେଲେସନ୍ ନାମକ ଏକ ବାରରେ ରାତି ପ୍ରାୟ ୧:୩୦ ସମୟରେ ବିସ୍ଫୋରଣ ଘଟିଥିଲା।

Advertisment
Switzerland
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ