Coltan Mine Collapsed Photograph: (OTV)
ବଡ଼ ଦୁର୍ଘଟଣା ଘଟିଛି। ଖଣି ଧସି ୨୦୦ରୁ ଅଧିକ ଲୋକଙ୍କର ଳମୃତ୍ୟୁ ହୋଇଛି। କଙ୍ଗୋର ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ର ରୁବାୟା ଅଞ୍ଚଳରେ ଏକ ବିଶାଳ କୋଲଟାନ୍ ଖଣି ଭୁଶୁଡ଼ି ପଡ଼ିବା ଫଳରେ ଅତି କମରେ ୨୨୭ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ବୁଧବାର ଏହି ଦୁର୍ଘଟଣା ଘଟିଥିଲା। ଭଗ୍ନାବଶେଷ ତଳେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।
ସ୍ଥାନୀୟ ବିଦ୍ରୋହୀଙ୍କ ଦ୍ୱାରା ନିଯୁକ୍ତ ପ୍ରଦେଶ ରାଜ୍ୟପାଳଙ୍କ ମୁଖପାତ୍ର ଲୁମୁମ୍ବା କାମବେରେ ମୁୟିସା କହିଛନ୍ତି ଯେ ଭଗ୍ନାବଶେଷରେ ଫସିଥିବା ଲୋକମାନଙ୍କ ମଧ୍ୟରେ କେବଳ ଖଣି ଶ୍ରମିକ ନୁହଁନ୍ତି ବରଂ ବଜାରରେ କାମ କରୁଥିବା ଶିଶୁ ଏବଂ ମହିଳା ମଧ୍ୟ ଅଛନ୍ତି। ଲୋକମାନେ ଖଣି ଖାତରେ କାମ କରୁଥିବା ସମୟରେ ମାଟି ହଠାତ୍ ଧସିଗଲା ଏବଂ ସେମାନେ ଜୀବନ୍ତ ପୋତି ହୋଇଗଲେ। ପ୍ରାୟ ୨୦ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରୁବାୟା ଅଞ୍ଚଳରୁ ବିଶ୍ୱର ୧୫ ପ୍ରତିଶତ କୋଲଟାନ୍ ଉତ୍ପାଦନ କରେ। ଏହି ଖଣିଜ ପଦାର୍ଥକୁ ମୋବାଇଲ୍ ଫୋନ୍, ଲାପଟପ୍, ଏରୋସ୍ପେସ୍ ପାର୍ଟସ୍ ଏବଂ ଗ୍ୟାସ୍ ଟରବାଇନ୍ରେ ବ୍ୟବହୃତ ଏକ ମୂଲ୍ୟବାନ ଧାତୁ ଟାଣ୍ଟାଲମ୍ ବାହାର କରିବା ପାଇଁ ବିଶୋଧନ କରାଯାଏ। ପ୍ରଯୁକ୍ତବିଦ୍ୟାରେ ବ୍ୟବହାର ହେଉଥିବା ଏହି ଖଣିଜ ପଦାର୍ଥକୁ ସ୍ଥାନୀୟ ଶ୍ରମିକମାନେ ଦୈନିକ ମାତ୍ର କିଛି ଡଲାର ପାଇଁ ନିଜ ଜୀବନକୁ ବାଜି ଲଗାଇ ଏଠାରେ ଖନନ କରନ୍ତି। ଏହି ଖଣି ୨୦୨୪ ମସିହାରୁ AFC/M23 ବିଦ୍ରୋହୀ ଗୋଷ୍ଠୀର ନିୟନ୍ତ୍ରଣରେ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/coltan-mine-collapsed-2026-01-31-11-14-20.jpg)