snowstorm Photograph: (OTV)
ଆମେରିକାର ମିଚିଗାନରେ ଏକ ତୁଷାରପାତ ତାଣ୍ଡବ ରଚାଇଛି। ପ୍ରବଳ ତୁଷାରପାତ ଯୋଗୁଁ ୧୦୦ ରୁ ଅଧିକ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣା ଗ୍ରାଣ୍ଡ ରାପିଡ୍ସର ଦକ୍ଷିଣ-ପଶ୍ଚିମରେ ଇଣ୍ଟରଷ୍ଟେଟ୍ ୧୯୬ (ଆଇ-୧୯୬) ରେ ଘଟିଛି, ଯେଉଁଠାରେ ପ୍ରବଳ ତୁଷାରପାତ ସମଗ୍ର ଅଞ୍ଚଳକୁ ଧଳା ଚାଦରରେ ଆଚ୍ଛାଦିତ କରିଛି।
ଏହି ଦୁର୍ଘଟଣା ଯୋଗୁଁ ମିଚିଗାନ ରାଜ୍ୟ ପୋଲିସ ଇଣ୍ଟରଷ୍ଟେଟ୍ ୧୯୬ ର ଉଭୟ ଲେନ୍ ବନ୍ଦ କରିଛି। ପ୍ରାୟ ୩୦ରୁ ଅଧିକ ସେମିଟ୍ରେଲର ଟ୍ରକ୍ ସମେତ ସମସ୍ତ ଯାନବାହନକୁ ରାସ୍ତାରୁ ହଟାଇଛନ୍ତି। ଏଥିରେ ଅନେକ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇ ନାହାଁନ୍ତି।
ଜଣେ ଡ୍ରାଇଭର, ପେଡ୍ରୋ ମାଟା ଜୁନିଅର, କହିଛନ୍ତି ଯେ ଦୁର୍ଘଟଣା ପୂର୍ବରୁ ସେ 20-25 mph (32-40 kph) ବେଗରେ ଗାଡ଼ି ଚଲାଉଥିଲେ। କିନ୍ତୁ ରାସ୍ତାରେ ଏତେ ତୁଷାରପାତ ହେଉଥିଲା ଯେ, ସାମନାରେ କିଛି ଦେଖା ଯାଉନଥିଲା।
ଆମେରିକାର ଜାତୀୟ ପାଣିପାଗ ସେବା ଉତ୍ତର ମିନେସୋଟାରୁ ନେଇ ଦକ୍ଷିଣ ଏବଂ ପୂର୍ବରେ ୱିସ୍କନସିନ୍, ଇଣ୍ଡିଆନା, ଓହିଓ, ପେନସିଲଭାନିଆ ଏବଂ ନ୍ୟୁୟର୍କ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ଅତ୍ୟଧିକ ଥଣ୍ଡା ଏବଂ ତୁଷାରଝଡ଼ର ସମ୍ଭାବନା ରହିଥିବା ଆଲର୍ଟ ଜାରି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/snowstorm-2026-01-20-12-13-40.jpg)