Vegetable Market Photograph: (OTV)
ଜଳିଗଲା ପରିବା ମାର୍କେଟ। ଅଧା ରାତିରେ ହଠାତ୍ ଲାଗିଲା ନିଆଁ। ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ବ୍ୟାପିଲା। ନିଆଁ ଆଁରେ ଜଳି ପାଉଁଶ ହୋଇଗଲା ୫୦ ଦୋକାନ। ପାରାଦୀପ ପଦାପଡ଼ିଆରେ ଥିବା ପରିବା ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି। ଚାହୁଁ ଚାହୁଁ ପୂରା ମାର୍କେଟକୁ ଗିଳି ଦେଇଥିଲା ନିଆଁ।
ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀ ସମେତ ପାରାଦୀପ ବନ୍ଦର, ଇଫକୋ, ଆଇଓସିଏଲ, AMNS, ପିପିଏଲ ପ୍ରଭୃତି ଶିଳ୍ପାନୁଷ୍ଠାନରୁ ୮ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ପୋଡ଼ି ଛାରଖାର ହୋଇଯାଇଥିଲା ପରିବା ମାର୍କେଟ।
ଏକାଧିକ ବାଇକ ସହ ଦୋକାନରେ ଗଚ୍ଛିତ ଥିବା ପନିପରିବା, କ୍ୟାସ୍ ବାକ୍ସ, ଟଙ୍କା, ହିସାବ ଖାତା ଆଦି ଜଳି ପାଉଁଶ ହୋଇଯାଇଛି। ତେବେ କେମିତି ଲାଗିଲା ନିଆଁ, ପ୍ରକୃତ କରାଣ ଅସ୍ପଷ୍ଟ ରହିଛି। ବିଦ୍ୟୁତ ସର୍ଟ ସର୍କିଟ କିମ୍ବା ଧୂପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/vegetable-market-2026-02-22-08-24-19.jpg)